ଚାର୍ଜରେ ବସାଇ ଛାତି ଉପରେ ରଖିଥିଲେ ମୋବାଇଲ୍‌, ଫାଟିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ଚାର୍ଜରେ ବସାଇ ଛାତି ଉପରେ ରଖିଥିଲେ ମୋବାଇଲ୍‌, ଫାଟିଗଲା

ପାରାଦୀପ (ରମାକାନ୍ତ ନାୟକ) : ଗତକାଲି ବିଳମ୍ବିତ ରାତିରେ ପାରାଦୀପରେ ମୋବାଇଲ୍‌ ଫୋନ୍‌ ବିସ୍ଫୋରଣରେ ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ରାଜମିସ୍ତ୍ରୀଙ୍କ ଘର ନୟାଗଡ଼ ଅଞ୍ଚଳରେ ବୋଲି ସୂଚନା ମିଳିଛି।  ପାରାଦୀପ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ପକ୍ଷରୁ ନିର୍ମାଣ ଚାଲିଥିବା  ଜଗନ୍ନାଥ ମନ୍ଦିରରେ ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।

ସୂଚନା ଅନୁସାରେ, ସମ୍ପୃକ୍ତ ରାଜମିସ୍ତ୍ରୀ ଜଣକ ତାଙ୍କର ୪ ଜଣ ସାଥୀଙ୍କ ସହ ଅଠରବାଙ୍କୀ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ।  ତେବେ ଗତକାଲି ଫୋନ୍‌କୁ ଚାର୍ଜରେ ବସାଇ ଏହାକୁ ଛାତିରେ ରଖି ସେ ଶୋଇ ପଡ଼ିଥିଲେ। ହଠାତ୍‌ ବିଳମ୍ବିତ ରାତିରେ ମୋବାଇଲ୍‌ ବିସ୍ଫୋରଣ ଘଟି ତାଙ୍କର ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣରେ ଆଉ କିଛି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।  ବିସ୍ଫୋରଣ ସମୟରେ ମୋବାଇଲ୍‌ ଚାର୍ଜରେ ବସିଥିଲା ଓ ଓଭର୍‌ ଚାର୍ଜିଂ ଯୋଗୁ ଏଭଳି ଘଟିଥିବା କୁହାଯାଉଛି।



from Odisha Reporter https://ift.tt/33N4Hmk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages