ରାସ୍ତାରୁ ମୁମୂର୍ଷୁ ଅବସ୍ଥାରେ ମହିଳା ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ରାସ୍ତାରୁ ମୁମୂର୍ଷୁ ଅବସ୍ଥାରେ ମହିଳା ଉଦ୍ଧାର

ଜଳେଶ୍ୱର(ଅଜିତ ଦାସ): ଥଣ୍ଡା ରାତିରେ ମୁମୂର୍ଷ ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ ମହିଳା। ସକାଳୁ ସକାଳୁ ଲୋକେ ଦେଖି କେଉଁଠୁ ଆସିଲ, କିଏ ଛାଡ଼ି ଦେଇଗଲା ପଚାରିବାରୁ ମିଳୁ ନ ଥିଲା ସଠିକ୍‌ ଉତ୍ତର। କଥାରେ ରହୁ ନ ଥିଲା ତାଳମେଳ। ଅଧା ଖଣ୍ଡି ଓଡ଼ିଆ ଓ ହିନ୍ଦୀରେ କଥା ହେଉଥିବା ମହିଳା ଜଣକ ନିଜ ଘର ଖୋର୍ଦ୍ଧା ଜିଲ୍ଲାରେ ବୋଲି କହୁଛନ୍ତି। ହେଲେ ବାଲେଶ୍ୱର ଜିଲ୍ଲା ନାପଖାଲିନା ରାସ୍ତାରେ କିଏ ଛାଡ଼ି ଦେଇଗଲା ପଚାରିବାରୁ କିଛି ମନ ପକାଇବାକୁ ଚେଷ୍ଠା କରି କେବଳ ଅନ୍ୟମାନଙ୍କ  ମୁହଁକୁ ବଲବଲ କରି ଚାହୁଁଥିଲେ। କେତେବେଳେ କହୁଥିଲେ ସ୍ୱାମୀ ଆଣି ଛାଡ଼ି ଦେଇ ପଳାଇଲେ , ତ କେତେବେଳେ ପାଟିରୁ ବାହାରୁଥିଲା ୬ଜଣ ବୋଲି ।

ଏପରି ଚିତ୍ର ଆଜି ବଡ଼ି ଭୋରରୁ ବାଲେଶ୍ୱର ଜିଲ୍ଲା ନାପଖାଲିନା ରାସ୍ତାରେ ଦେଖିବାକୁ ମିଳିଥିଲା। ରାସ୍ତାରେ ଜଣେ ମହିଳା ପଡ଼ିଥିବା ଦେଖି ଆସ୍ତେଆସ୍ତେ ତାଙ୍କ ନିକଟରେ ଭିଡ଼ ଜମିଥିଲା।  ସ୍ଥାନୀୟ ଲୋକେ  ପୁଲିସ୍‌କୁ ଖବର ଦେଇଥିଲେ ମଧ୍ୟ ୨ ଘଣ୍ଟା ପର୍ଯ୍ୟନ୍ତ ପୁଲିସ୍‌ର ଦେଖା ମିଳି ନ ଥିଲା।  ଫଳରେ ସ୍ଥାନୀୟ ଲୋକେ ଓ ଗଣମାଧ୍ୟମ ପ୍ରତିନିଧି ମହିଳାଙ୍କୁ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟାକେନ୍ଦ୍ରରେ ଭର୍ତ୍ତି କରିଥିଲେ।   

ଅନ୍ୟପକ୍ଷରେ ମହିଳାଙ୍କ ସମ୍ପର୍କରେ ଓ ତାଙ୍କ ପରିବାର ସମ୍ପର୍କରେ କିଛି ଜଣା ପଡ଼ି ନାହିଁ। ତେଣୁ ପୂରା ଘଟଣା ଉପରୁ ପରଦା ହଟି ପାରୁନି। ଏନେଇ ପୁଲିସ୍‌ କୌଣସି ମାମଲା ରୁଜୁ କରି ନାହିଁ।  ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ମହିଳାଜଣକ ସୁସ୍ଥ ହେବା ପରେ ତାଙ୍କ ସମ୍ପର୍କରେ ଅଧିକ ସୂଚନା ମିଳିପାରିବ ବୋଲି ଜଣାଯାଇଛି।

 

 



from Odisha Reporter https://ift.tt/2CyeS2o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages