ଗାଁ ଛାଡ଼ିଲେ ସ୍ମିତାରାଣୀଙ୍କ ବାପାମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 3, 2019

ଗାଁ ଛାଡ଼ିଲେ ସ୍ମିତାରାଣୀଙ୍କ ବାପାମା’

ଯାଜପୁର (ଗୁଲାମ ଗସ୍): ଦୁଇ ଦିନ ତଳେ ରାଜ୍ୟ ଛାଡ଼ି ଚାଲିଯିବେ ବୋଲି କହିଥିବା ମୃତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ବାପାମା’ ଗାଁ ଛାଡ଼ି ଚାଲି ଯାଇଛନ୍ତି। ସେମାନଙ୍କ କୌଣସି ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଥିବା ଜଣାଯାଇଛି। ସେମାନେ ସେଠାରୁ ରାଜ୍ୟ ବାହାରେ ରହୁଥିବା ତାଙ୍କ ପୁଅ ଘରକୁ ଚାଲି ଯିବେ ବୋଲି ଜଣାପଡ଼ିଛି। ଏବେ ତାଙ୍କ ଗାଁ ଘରେ ତାଲା ପଡ଼ିଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସ୍‌ ସେଠାରେ ଅଛନ୍ତି।

ସ୍ମିତାରାଣୀଙ୍କ ମୃତ୍ୟୁ ପରେ ଗାଁରେ ଆଉ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ତାଙ୍କ ବାପା ସଦାନନ୍ଦ ବିଶ୍ୱାସ ଦୁଇ ଦିନ ପୂର୍ବେ କହିଥିଲେ।  ସେ କହିଥିଲେ, “ଝିଅର ମୃତ୍ୟୁ ପରେ ମୁଁ ଏଠି ଆଉ ନିଜକୁ ନିରାପଦ ମଣୁ ନାହିଁ। ମୋ ଜୀବନ ପ୍ରତି ବିପଦ ରହିଛି। ଯେଉଁମାନେ ମୋ ଝିଅକୁ ହତ୍ୟା କରିଛନ୍ତି, ସେମାନେ ପ୍ରତିଶୋଧ ନେବାକୁ ମୋତେ ମଧ୍ୟ ଆକ୍ରମଣ କରି ହତ୍ୟା କରିପାରନ୍ତି। ଥାନା ଅଧିକାରୀ କି ରାଜନେତା, କାହାଠାରୁ ଆଶ୍ୱସନା କି ନ୍ୟାୟ ପାଉନାହିଁ।  କାହା ଭରସାରେ ମୁଁ ଆଉ ଏଠି ରହିବି। ପୁଅମାନେ ଦିଲ୍ଲୀ ଓ ମୁମ୍ବାଇରେ ରହୁଛନ୍ତି। ସେମାନଙ୍କ ପାଖକୁ ପଳାଇବି ବୋଲି କହିଥିଲେ।”

ଅନ୍ୟପକ୍ଷରେ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ସାରା ରାଜ୍ୟରେ ବିକ୍ଷୋଭ କରିବାକୁ ଘୋଷଣା କରିଛି। ଆସନ୍ତା ୫ ତାରିଖ ଦିନସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ମହିଳା ମୋର୍ଚ୍ଚା ବିକ୍ଷୋଭ କରିବ। ଆଜି ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡ଼ା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଦୁଇ ସପ୍ତାହରୁ ଅଧିକ ଦିନ ବିତିଗଲା ପରେ ବି ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଅସଲ ତଥ୍ୟ ସାମ୍ନାକୁ ଆସିନି। ଏବେ ବି ପୁଲିସ୍ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଛି। ଯାଜପୁର ଏସ୍‌ପି ଚରଣ ସିଂହ ମୀନା ସ୍ମିତାରାଣୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ।  ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।”



from Odisha Reporter https://ift.tt/33dyHaL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages