ବନ୍ଦ ହୋଇଯିବ ଦୀପିକାଙ୍କ ଶୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 3, 2019

ବନ୍ଦ ହୋଇଯିବ ଦୀପିକାଙ୍କ ଶୋ’

ମୁମ୍ବାଇ: କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଛି ଟେଲି କୁଇନ୍ ଏକ୍‌ତା କପୁରଙ୍କ ଧାରାବାହିକ ‘କବଚ… ମହାଶିବରାତ୍ରୀ’। ଗତ ମେ ମାସରୁ ଏହା ଆରମ୍ଭ ହୋଇଛି। ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଏଥିରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ‘ଦିଆ ଔର୍ ବାତୀ ହମ୍‌’ର ସନ୍ଧ୍ୟା ତଥା ଦୀପିକା ସିଂହ, ନମିକ ପଲ୍ ଓ ବିନ୍‌ ରାଣା। ହେଲେ ଏବେ ଖବର ଆସୁଛି  ଯେ ଏହି ଶୋ’ ଖୁବ୍‌ଶୀଘ୍ର ବନ୍ଦ ହୋଇଯିବ।

‘କବଚ’କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ତେଣୁ ଏକ୍‌ତା ‘କବଚ-୨’ ଆଣିବାକୁ ସ୍ଥିର କରିଥିଲେ। ପ୍ରଥମ ସିଜିନ୍‌ ପରି ଏହାକୁ ବି ଲୋକେ ପସନ୍ଦ କରିବେ ବୋଲି ସେ ଆଶା ରଖିଥିଲେ। ହେଲେ ଏହା ଦର୍ଶକଙ୍କ ମନ ଜିତିବାରେ ବିଫଳ ହୋଇଛି। ସୂଚନା ଅନୁଯାୟୀ, ଶୋ’ଟି ଟିଆର୍‌ପି ତାଲିକାର ବହୁତ ତଳେ ରହୁଛି। ଟିଆରପି ବଢ଼ାଇବା ପାଇଁ ଏକ୍‌ତା ଶୋ’ରେ ଅନେକ କିଛି ପ୍ରୟାସ କରିଥିଲେ। ହେଲେ ସେସବୁ କାମ ଦେଲାନି। ଟିଆର୍‌ପି ରେସ୍‌ରେ ଏହା ଆଦୌ ଆଗେଇ ପାରିଲା ନାହିଁ।

ଏମିତିରେ ତ ଆଜିକାଲି ହାଇ ଟିଆରପିର ଫଣ୍ଡା ହେଉଛି ସୁପରନ୍ୟାଚୁରାଲ୍ କନ୍‌ସେପ୍ଟ। ହେଲେ ‘କବଚ-୨’ ବା ‘କବଚ… ମହାଶିବରାତ୍ରୀ’ ପ୍ରଥମ ସିଜିନ୍‌ରୁ ଓ ଅନ୍ୟ ସୁପରନ୍ୟାଚୁରାଲ୍ ଶୋ’ଠୁ ଖୁବ୍ ଅଲଗା ହେବ ବୋଲି ନିର୍ମାତା କହିଥିଲେ। କିନ୍ତୁ ଏଥିରେ କିଛି ନୂଆ ଦେଖିବାକୁ ମିଳୁନାହିଁ। ସିରିଏଲ୍‌ର କାହାଣୀ ବି ଦର୍ଶକଙ୍କୁ ପ୍ରଭାବିତ କରିପାରିନି। ତେଣୁ ଏହାକୁ ବନ୍ଦ କରି ଦେବାକୁ ନିର୍ମାତା ଚିନ୍ତା କରୁଥିବା ଜଣାପଡ଼ିଛି।



from Odisha Reporter https://ift.tt/36wcJll

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages