ଅଯୋଧ୍ୟା ରିଭ୍ୟୁ ପିଟିସନ ଦାଖଲକୁ ନେଇ ଖଣ୍ଡଖଣ୍ଡ ହେଲା ସୁନ୍ନି ୱାକଫ ବୋର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 20, 2019

ଅଯୋଧ୍ୟା ରିଭ୍ୟୁ ପିଟିସନ ଦାଖଲକୁ ନେଇ ଖଣ୍ଡଖଣ୍ଡ ହେଲା ସୁନ୍ନି ୱାକଫ ବୋର୍ଡ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପୁଣି ଚ୍ୟାଲେଞ୍ଜ କରିବାକୁ ଯୋଜନା କରିଥିବା ସୁନ୍ନି ୱାକଫ ବୋର୍ଡ ଏବେ ଭାଗ ଭାଗ ହେବାରେ ଲାଗିଛି। ଅଯୋଧ୍ୟା ମାମଲାରେ ୩ ମୁଖ୍ୟ ମୁସଲିମ ପକ୍ଷ ଏବେ ସ୍ୱତନ୍ତ୍ର ଭାବେ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି କହିଛନ୍ତି। ଏହାକୁ ମିଶାଇ ୧୦ ମୁସଲିମ ପକ୍ଷଙ୍କ ମଧ୍ୟରୁ ୭ ଜଣ ଅଲଗା ଅଲଗା ଭାବେ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ରବିବାର ଅଲ ଇଣ୍ଡିଆ ମୁସଲିମ ପର୍ସନେଲ ଲ’ ବୋର୍ଡ ଅଧୀନରେ ୩ ଜଣ ମୁସଲିମ ପକ୍ଷ ନଭେମ୍ବର ୯ରେ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାରେ ଦେଇଥିବା ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି କହିଥିଲେ। ଏମାନଙ୍କ ବ୍ୟତୀତ ଜାମିଆତ ଉଲେମା-ଇ-ହିନ୍ଦ ଓ ଅନ୍ୟ ଏକ ମୁସଲିମ ପକ୍ଷ ମଧ୍ୟ ସ୍ୱତନ୍ତ୍ର ଭାବେ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି ଘୋଷଣା କରିଛନ୍ତି।

ଏବେ ଯେଉଁ ୩ ମୁସଲିମ ପକ୍ଷ ଅଯୋଧ୍ୟା ଜମି ବିବାଦକୁ କେନ୍ଦ୍ର କରି ଆଇନଗତ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସେମାନେ ହେଲେ ହାଜି ମେହେବୁବ, ମୌଲାନା ହିଜବୁଲ୍ଲା ଓ ଦିବଂଗତ ହାଜି ଅବଦୁଲ ଆହଦଙ୍କ ଦୁଇ ପୁଅ ହାଜି ଅସଦ ଅହମ୍ମଦ ଓ ହାଫିଜ ରିଜୱାନ।

ହାଜି ମେହେବୁବ କହିଛନ୍ତି, “ମୁଁ ମୁସଲିମ ପର୍ସନେଲ ଲ’ ବୋର୍ଡକୁ ମୋର ମତାମତ ଜଣାଇ ଦେଇଛି। ଅଯୋଧ୍ୟା ବିବାଦରେ ମୁଁ ଅନ୍ୟ ମୁସଲିମ ପକ୍ଷଙ୍କ ଭଳି ଆଇନଗତ ଲଢ଼େଇ କରିବି।” ଏହାପୂର୍ବରୁ ମେହେବୁବ ମୁସଲିମ ପର୍ସନେଲ ଲ’ ବୋର୍ଡରୁ ବହିଷ୍କୃତ ହୋଇଥିବା ମୌଲବୀ ମୌଲନା ସଲମାନ ନାଦୱିଙ୍କୁ ଭେଟିଥିଲେ। ଏହି ସମୟରେ ସେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସ୍ୱାଗତ କରିଥିଲେ ଏବଂ ରିଭ୍ୟୁ ପିଟିସନ ଦାଖଲ କରିବାର କିଛି କାରଣ ନାହିଁ ବୋଲି କହିଥିଲେ। ହେଲେ ଏବେ ସେ ୟୁ-ଟର୍ଣ୍ଣ ନେଇଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟକୁ କେବଳ ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ, ଶିହା ସେଣ୍ଟ୍ରାଲ ୱାକଫ ବୋର୍ଡ ଏବଂ ଏହି ବିବାଦର ମୁଖ୍ୟ ଲିଟିଗାଣ୍ଟ ଇକବାଲ ଅନସାରୀ ରିଭ୍ୟୁ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ହେଲେ ଅନ୍ୟ ମୁସଲିମ ପକ୍ଷ ଏହାକୁ ରିଭ୍ୟୁ କରିବେ ବୋଲି କହିଛନ୍ତି।



from Odisha Reporter https://ift.tt/2s4aiqG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages