କାରାଗାରରେ କଏଦୀ ଆତ୍ମହତ୍ୟା ଘଟଣା; ଜେଲ୍‌ ୱାର୍ଡର ନିଲମ୍ୱିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 20, 2019

କାରାଗାରରେ କଏଦୀ ଆତ୍ମହତ୍ୟା ଘଟଣା; ଜେଲ୍‌ ୱାର୍ଡର ନିଲମ୍ୱିତ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା କାରାଗାରରେ ଗତ ୧୮ ତାରିଖରେ ବିଚାରାଧୀନ କଏଦୀ ପ୍ରଦୀପ ବେହେରାଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଥିବା ଜେଲ୍‌ ଓ୍ୱାର୍ଡର ରମେଶ କବିଙ୍କୁ ଚାକିରିରୁ ନିଲମ୍ୱିତ କରାଯାଇଛି। ଏଥିସହ ଦୁଇ ଜଣ ମୁଖ୍ୟ ୱାର୍ଡର ଉପେନ୍ଦ୍ର ମହାନ୍ତଙ୍କୁ ବଡ଼ବିଲ୍‌ ଓ ଗୁମାନ ଜାମୁଡାଙ୍କୁ କରଞ୍ଜିଆ ବଦଳି କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ଜେଲ୍‌ ଆଇଜି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମ୍ୱଲପୁର ରେଞ୍ଜ ଡିଆଇଜି ଅମୀୟ ପଟ୍ଟନାୟକ ଏହି ଘଟଣାର ତଦନ୍ତ କରିଥିଲେ।

ସୂଚନାଯୋଗ୍ୟ, ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ପ୍ରଦୀପ ଗତ ଜୁଲାଇ ୨୮ରେ ଗିରଫ ହୋଇଥିଲେ। ଏହାପରେ ତାଙ୍କୁ କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀ ଭାବେ ଥିଲେ। ତାଙ୍କ ଘର ତେଲକୋଇ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ। କୌଣସି କାରଣରୁ ସେ ବେକରେ ଗାମୁଛା ଲଗାଇ ରୁମ୍‌ରେ ଥିବା ପଙ୍ଖାରେ ଝୁଲି ଯାଇଥିଲେ ।

 

 



from Odisha Reporter https://ift.tt/339ex0S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages