ଶାହାରୁଖ୍‌ଙ୍କୁ ‘ଚାର୍ମିଂ ବ୍ରଦର୍’ କହିଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 2, 2019

ଶାହାରୁଖ୍‌ଙ୍କୁ ‘ଚାର୍ମିଂ ବ୍ରଦର୍’ କହିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଆଜି ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍ ଖାନ୍‌ଙ୍କ ଜନ୍ମଦିନ। ଆଜି ସେ ୫୪ବର୍ଷରେ ପାଦ ଦେଇଛନ୍ତି। ଏଥିପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ବଲିଉଡ୍‌ କଳାକାରଙ୍କ ସମେତ ରାଜନେତା ମାନେ ମଧ୍ୟ ଟ୍ୱିଟ୍‌ କରି ଶାହାରୁଖ୍‌ଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ଆଉ ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ରହିଛନ୍ତି। ସେ ଟ୍ୱିଟ୍‌ କରି କିଙ୍ଗ୍ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଟ୍ୱିଟ୍‌ରରେ ମମତା ଏକ ଫଟୋ ଶେଆର୍ କରିଛନ୍ତି। ଏଥିରେ ଶାହାରୁଖ୍‌ ଓ ସେ ଅଛନ୍ତି। ଫଟୋଟି ପୁରୁଣା। ଏଥିରେ ମମତା ତାଙ୍କୁ ଏକ ରାକ୍ଷୀ ବା ବ୍ରେସ୍‌ଲେଟ୍ ବାନ୍ଧୁଛନ୍ତି। ଏହି ଫଟୋ ଶେଆର୍‌ କରି ମମତା ଲେଖିଛନ୍ତି, ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା ଶାହାରୁଖ୍‌। ମୋ ଚାର୍ମିଂ ବ୍ରଦରଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଜୀବନର ସମସ୍ତ ସଫଳତା ପାଇଁ କାମନା କରୁଛି। ଆପଣଙ୍କୁ ବଙ୍ଗଳାର ବ୍ରାଣ୍ଡ ଆମ୍ବାସାଡର୍‌ ଭାବେ ପାଇ ଆମେ ଗର୍ବ ଅନୁଭବ କରୁଛୁ। ଫିଲ୍ମ ମାଧ୍ୟମରେ ଆମକୁ ଏମିତି ମନୋରଞ୍ଜନ କରି ଚାଲନ୍ତୁ। ୨୫ତମ କୋଲକତା ଇଣ୍ଟରନ୍ୟାସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ #KIFF2019ରେ ଦେଖାହେବ।”

ମମତା ବାନାର୍ଜୀଙ୍କର ଏହି ଟ୍ୱିଟ୍‌କୁ ୯ହଜାରରୁ ଅଧିକ ଥର ଲାଇକ୍‌ କରାଯାଇଥିବା ବେଳେ ୨୦୦୦ରୁ ଅଧିକ ପ୍ରତିକ୍ରିୟା ଦିଆଯାଇଛି।



from Odisha Reporter https://ift.tt/36rjoxc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages