ଓ୍ୱାଶିଂଟନ: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ପଦକ୍ଷେପ ଧୂଆଁବାଣ। ଏବେ ବି ସକ୍ରିୟ ରହିଛି ଆତଙ୍କବାଦ ସଂଗଠନ। ପାକିସ୍ତାନ ନିଜର ମିତ୍ର ରାଷ୍ଟ୍ର ବୋଲି ଦାବି କରୁଥିବା ଆମେରିକା ଏବେ ଏହି ପୋଲ୍ ଖୋଲିଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଆତଙ୍କବାଦ ବାବଦରେ ଏକ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି, ‘ଲଶ୍କର-ଏ-ତୋଇବା, ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦ ସଂଗଠନ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛି। ଏହି ସଂଗଠନ ଗୁଡ଼ିକ ଲଗାତର ଭାବରେ ନୂଆ ନୂଆ ଆତଙ୍କବାଦୀ ନିଯୁକ୍ତି ଦେଉଥିବା ସହ ସଂଗଠନ ପାଇଁ ଟଙ୍କା ମଧ୍ୟ ଯୋଗାଡ଼ କରୁଛନ୍ତି। ଏମିତିକି ଅନେକ ସଂଗଠନ ରହିଛି ବିଦେଶୀ ମାଟିରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚୁଛି’।
ପାକିସ୍ତାନର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଥିବା ଆମେରିକା ଆହୁରି କହିଛି ଯେ, ‘ଆଫଗାନ ସରକାର ଏବଂ ତାଲିବାନଙ୍କ ମଧ୍ୟରେ ବାର୍ତ୍ତାଳାପ ପାଇଁ ଆମେରିକା ଚେଷ୍ଟା କରୁଛି। ହେଲେ ପାକିସ୍ତାନରେ ଏବେ ବି ସବୁଠୁ ଭୟଙ୍କର ଆତଙ୍କବାଦ ସଂଗଠନ ହକ୍କନା ନେଟଓ୍ୱର୍କ ସକ୍ରିୟ ରହିଛି। ଏହି ସଂଗଠନ ଆମେରିକା ଏବଂ ଆଫଗାନ ସରକାର ପାଇଁ ବିପଦ’। ଜୁଲାଇରେ ହୋଇଥିବା ପାକିସ୍ତାନର ଏକ ନିର୍ବାଚନରେ ଆତଙ୍କବାଦୀ ହାଫିଜ ସୟିଦର ୨୬୫ ସମର୍ଥକ ପ୍ରାର୍ଥୀ ହୋଇଥିଲେ’। ନିକଟରେ ଏଫଏଟିଫର ବୈଠକ ବସିଥିଲା। ଆତଙ୍କବାଦ ବିରୋଧରେ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ପାକିସ୍ତାନ କହିଥିଲା।
ସୂଚନାଯୋଗ୍ୟ, ସେପ୍ଟେମ୍ୱରେ ଆମେରିକା ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ନାରେ ସେତେବେଳେ ପାକିସ୍ତାନକୁ ଆତଙ୍କବାଦର ଜନ୍ମଦାତା ବୋଲି କହିଥିଲେ।
from Odisha Reporter https://ift.tt/2PEjQ5t
No comments:
Post a Comment