ଆବଶ୍ୟକ ସାମଗ୍ରୀ: କ୍ଷୀର, ଚିନି, ଗୁଆ ଘିଅ, ବେସନ, ଛେନା, ଗୁଜୁରାତି
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଣି ଦେଇ ବେସନକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ଏହାକୁ ଜାଲି ଚଟୁ ସାହାଯ୍ୟରେ ଗରମ ଘିଅରେ ଛାଣି ବୁନ୍ଦି ପ୍ରସ୍ତୁତ କରନ୍ତୁ। ଏହା ପରେ ଅଳେଇଚକୁ ଛେଚି ରଖନ୍ତୁ। ଅନ୍ୟ ଏକ ପାତ୍ରରେ କ୍ଷୀରକୁ ଗରମ କରନ୍ତୁ। କ୍ଷୀର ଗରମ ହୋଇଗଲା ପରେ ସେଥିରେ ଚିନି ପକାନ୍ତୁ। କ୍ଷୀର ଓ ଚିନିକୁ ଆଉଟି ଆଉଟି ଅଧା କରନ୍ତୁ। ଏଥିରେ ପୂର୍ବରୁ ଛଣା ହୋଇ ରହିଥିବା ବୁନ୍ଦିଆକୁ ଦରକାର ଅନୁଯାୟୀ ପକାନ୍ତୁ। ବୁନ୍ଦିଆକୁ କ୍ଷୀରରେ ବଡ଼ ଚାମଚ ସାହାଯ୍ୟରେ ଚାପି ଚାପି ଦିଅନ୍ତୁ। ଶେଷରେ ଅଳେଇଚ ଓ ଛେନା ପକାନ୍ତୁ ଏବଂ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ଚୁଲିରୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ବୁନ୍ଦିଆ ଖିରି’।
from Odisha Reporter https://ift.tt/34PkH7F
No comments:
Post a Comment