ଆଜିଠୁ କଟକ ବାଲିଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 11, 2019

ଆଜିଠୁ କଟକ ବାଲିଯାତ୍ରା

କଟକ(ଓଡ଼ିଶା ରିପୋର୍ଟର): ଆଜିଠୁ କଟକରେ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ୮ଦିନ ଧରି ଚାଲିବାକୁ ଥିବା ଏହି ସର୍ବବୃହତ ବାଣିଜିକ୍ୟ ମହାକୁମ୍ଭ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଶହ ଶହ ସଂଖ୍ୟାରେ ବ୍ୟବସାୟୀ ନିଜର ଦୋକାନ ଖୋଲିଲେଣି। ଏଥର ପ୍ରାୟ ୧୫ଶହ ଷ୍ଟଲ ପଡ଼ିଥିବା ଜଣାପଡ଼ିଛି।

ଆଜି ସନ୍ଧ୍ୟାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ୍ କରିବାର କାର୍ଯ୍ୟକ୍ରମ ରହିଛି। ବାଲିଯାତ୍ରାକୁ ଏଥର ରାଜ୍ୟସ୍ତରୀୟ ମେଳାର ମାନ୍ୟତା ମିଳିଥିବାରୁ ଏ ବର୍ଷ ଯାତ୍ରା ଆୟୋଜନକୁ ଅଧିକ ସରସ ସୁନ୍ଦର କରିବାକୁ ଲାଗି ପଡ଼ିଛି କଟକ ଜିଲ୍ଲା ପ୍ରଶାସନ।

ବାଲିଯାତ୍ରା ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ ଯାନବାହନ ଉପରେ କଟକଣା କରାଯାଇଛି। ଏହି କଟକଣା ଅପରାହ୍ଣ ୩ଟାରୁ ଲାଗୁହେବ ଓ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। କମିଶନରେଟ ପୁଲିସ୍ ପକ୍ଷରୁ ୧୦ଟି ପାର୍କିଂ ସ୍ଥାନ ଘୋଷଣା ହୋଇଛି। ଭୁଆସୁଣୀ ପଡ଼ିଆ, ଆନନ୍ଦଭବନ ପଡ଼ିଆ, ଦୟାଶ୍ରମ ପଡ଼ିଆ, ମୁଣ୍ଡାସାହି ପଡ଼ିଆ, କାର୍ତ୍ତିକେଶ୍ୱର ରାଡାର ବାମପଟ ପଡ଼ିଆ ଓ ପଶ୍ଚିମପଟ ପଡ଼ିଆ, ମୁଣ୍ଡାସାହି ବାମପଟ ପଡ଼ିଆ, ପଶ୍ଚିମପଟ ଓ ଉତ୍ତାରପଟ ପଡ଼ିଆ, ଗୋରା କବର ପଡ଼ିଆ ଓ ବୋସ ଇଞ୍ଜିନିୟରିଂ ପଡ଼ିଆରେ ପାର୍କିଂ ସ୍ଥାନ ଘୋଷଣା ହୋଇଛି।

ଏହାସହ ବାଲିଯାତ୍ରାକୁ ପ୍ରଦୂଷଣମୁକ୍ତ କରିବାକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି। ଏଥର ବାଲିଯାତ୍ରାରେ ଯାତ୍ରୀ ପରିବହନ ପାଇଁ ୫୦୦ ରିକ୍ସା ନିଯୋଜିତ ହେବେ। ଯାତ୍ରୀମାନେ ବାଲିଯାତ୍ରା ପଡ଼ିଆକୁ ଏହି ରିକ୍ସା ମାଧ୍ୟମରେ ଯିବାଆସିବା କରିପାରିବେ। ଏଥିପାଇଁ ୫୦୦ ରିକ୍ସା ଚାଳକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଲିମ ପ୍ରଦାନ କରାଯାଇଛି। ଯାତ୍ରୀମାନଙ୍କୁ ଉନ୍ନତ ସେବା ସହ ଉତ୍ତମ ବ୍ୟବହାର ଓ ଉଚିତ ମୂଲ୍ୟ ଗ୍ରହଣ ପାଇଁ ରିକ୍ସା ଚାଳକଙ୍କୁ ତାଲିମ ଦିଆଯାଇଛି। ଏହି ରିକ୍ସା ଚାଳକମାନଙ୍କୁ ଟି ସାର୍ଟ ସହ ଏକ ପ୍ଲାକାର୍ଡ ଯୋଗାଇ ଦିଆଯିବ।



from Odisha Reporter https://ift.tt/2p5chd0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages