ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 25, 2019

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ପାରଳାଖେମୁଣ୍ଡି(ଆଦର୍ଶ ଦାଶ): ଦିବ୍ୟାଙ୍ଗ ଯୁବତୀଙ୍କୁ ଧମକଚମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଗଜପତି ସେରଙ୍ଗ ଥାନା ଅଚଂଳର ଏହି  ଘଟଣା ସାମ୍ନାକୁ ଆସିଛି। ଦୋଷୀ ସାବ୍ୟସ୍ତ ଅନନ୍ତ ପାଇକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗଜପତି ଜିଲ୍ଲା ଦୌରାଜଜ୍‌।

କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଅର୍ଥଦଣ୍ଡ ମଧ୍ୟ ଶୁଣାଇଛନ୍ତି ଅଦାଲତ । ଅର୍ଥଦଣ୍ଡ ଅନାଦେୟ ଆହୁରି ୬ ମାସ ଅଧିକ କାରାଦଣ୍ଡାଦେଶ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ୨୦୧୮ ମସିହାର ଏହି ମାମଲା ରୁଜୁ ହୋଇଥିଲା। ଯୁବୀତ ଜଣକ ଗର୍ଭବତୀ ଥିବା ଜଣାପଡିବା ପରେ ପରିବାର ଲୋକେ ସେରଙ୍ଗ ଥାନାରେ ଏତଲା ଦେଇଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ମାମଲାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା। ଗତ ଫେବୃଆରୀ ୬ ତାରିଖରେ ଅଭିଯୁକ୍ତକୁ  ପୁଲିସ ଗିରଫ କରିଥିବାବେଳେ ଗତକାଲି ମାମଲାରେ ରାୟ ପ୍ରକାଶ ପାଇଛି।



from Odisha Reporter https://ift.tt/2XMOOu5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages