ସାବରୀମାଲା ଯାଉଥିବା ମହିଳାଙ୍କୁ ଲଙ୍କା ଗୁଣ୍ଡ ଦ୍ୱାରା ଆକ୍ରମଣ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 25, 2019

ସାବରୀମାଲା ଯାଉଥିବା ମହିଳାଙ୍କୁ ଲଙ୍କା ଗୁଣ୍ଡ ଦ୍ୱାରା ଆକ୍ରମଣ, ଭିଡିଓ ଭାଇରାଲ

କୋଚି: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରକୁ ଯିବାକୁ ଅନୁମତି ମାଗିବାକୁ ଆସିଥିବା ବିନ୍ଦୁ ଅମ୍ମନିଙ୍କୁ ଆଜି ଲଙ୍କା ଗୁଣ୍ଡ ସ୍ପ୍ରେ ଦ୍ୱାରା ଆକ୍ରମଣ କରାଯାଇଛି। ଗତବର୍ଷ ବିନ୍ଦୁ ଓ ଅନ୍ୟ ଜଣେ ମହିଳା ସାବରୀମାଲା ପାହାଡ଼ ଚଢ଼ି ଭଗବାନ ଆୟାପ୍ପାଙ୍କ ଦର୍ଶନ କରିଥିଲେ। ଏଥରେ ସେ ପୁଲିସ୍ କମିଶନରଙ୍କ ଅଫିସକୁ ପୁଣି ମନ୍ଦିର ମଧ୍ୟକୁ ଯିବା ପାଇଁ ଅନୁମତି ମାଗିବାକୁ ଆସିଥିଲେ। ତେବେ ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଅଫିସ ପାଖରେ ହିଁ ଲଙ୍କା ଗୁଣ୍ଡ ସ୍ପ୍ରେ ମାଡ଼ କରିଥିଲେ।

ବନ୍ଦୁ କମିଶନର ଅଫିସ ସାମ୍ନାରେ କାରରୁ ଓହ୍ଲାଇବା କ୍ଷଣି ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସିଥିଲେ। କେହି କିଛି ବୁଝିବା ଆଗରୁ ବ୍ୟକ୍ତି ଜଣଙ୍କ ତାଙ୍କ ଉପରକୁ ଲଙ୍କା ଗୁଣ୍ଡ ମାଡ଼ କରିଥିଲେ। ଏହାକୁ ବିନ୍ଦୁ ପ୍ରତିରୋଧ କରିଥିଲେ ହେଁ ବ୍ୟକ୍ତି ଜଣଙ୍କ ତାଙ୍କ ମୁହଁକୁ ଲକ୍ଷ୍ୟ କରି ଲଙ୍କା ଗୁଣ୍ଡ ସ୍ପ୍ରେ କରିଥିଲେ। ଏହାପରେ ସେ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଗିରଫ କରାଯାଇଛି।

ଘଟଣା ପରେ ବନ୍ଦୁଙ୍କୁ ଚିକିତ୍ସା ପାଇଁ ଏର୍ନାକୁଲମରେ ଥିବା ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଲଙ୍କା ଗୁଣ୍ଡ ମାଡ଼ ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଅନ୍ୟପକ୍ଷରେ ତୃପ୍ତି ଦେଶାଇ ନାମକ ଅନ୍ୟ ଜଣେ ସାମାଜିକ କର୍ମୀ ମଧ୍ୟ ସାବରୀମାଲା ଯିବାକୁ ଆଜିରେ କୋଚିରେ ପହଞ୍ଚିଛନ୍ତି।

ଗତବର୍ଷ ସବୁ ବର୍ଗର ମହିଳାଙ୍କୁ ସାବରୀମାଲା ମନ୍ଦିରରେ ପ୍ରବେଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା। ଏବେ ସୁପ୍ରିମକୋର୍ଟର ୭ ଜଣିଆ ଖଣ୍ତପୀଠ ଏହାର ବିଚାର କରିବେ। ଅର୍ଥାତ ପୂର୍ବରୁ ମହିଳାଙ୍କ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ କାଏମ ରହିଛି। ତଥାପି ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ ଅଙ୍କୁଶ ଲାଗିଛି।



from Odisha Reporter https://ift.tt/37zDC8R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages