ହାଟରୁ ଫେରୁଥିଲେ, ଦଳିଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 28, 2019

ହାଟରୁ ଫେରୁଥିଲେ, ଦଳିଦେଲା ହାତୀ

ବିରମିତ୍ରପୁର( ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗୋଟିଟାଣ୍ଟ ଗ୍ରାମରେ ଜଣେ ବୃଦ୍ଧଙ୍କୁ ଦଳି ଦେଇଛି ହାତୀ । ବୃଦ୍ଧଜଣକ ହାଟରୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଜୀବନ ହାରିଛନ୍ତି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ମିଳିଥିବା ଖବର ଅନୁଯାୟୀ , ରାଉରକେଲାସ୍ଥିତ ବିଶ୍ରା ବ୍ଲକ ଅନ୍ତର୍ଗତ ଆସିଆନା କଲୋନୀ ବାସିନ୍ଦା ମହମ୍ମଦ ମାସୁଦ ଆଲାମ୍ (୬୦) ଗତକାଲି ସନ୍ଧ୍ୟାରେ ହାଟରୁ ଏକ ଅଟୋ ଯୋଗେ  ଫେରୁଥିଲେ। ଅଟୋରେ ସମୁଦାୟ ୪ ଜଣ ଥିବା ବେଳେ ତାହା ଗ୍ରାମ୍ୟ ଜଙ୍ଗଲ ରାସ୍ତା ଦେଇ ଆସୁଥିଲା।  ମାତ୍ର ନୂଆଗାଁ ବ୍ଲକ ଅନ୍ତର୍ଗତ ଗୋଟିଟାଣ୍ଟ  ଗ୍ରାମରେ ଏକ ହାତୀ ରାସ୍ତାକୁ ପଳାଇ ଆସିଥିଲା।

ହାତୀକୁ ଦେଖି ଚାଳକ ଅଟୋ ଅଟକାଇ ଦେଇଥିବା ବେଳେ ଜୀବନ ବଞ୍ଚାଇବାକୁ ସମସ୍ତେ ଦୌଡ଼ି ପଳାଇଥିଲେ। କିନ୍ତୁ ହାତୀ ମାସୁଦଙ୍କୁ ଗୋଡ଼ାଇ ଗୋଡ଼ାଇ  ନିକଟସ୍ଥ କ୍ଷେତରେ ଦଳି ଦେଇଥିଲା। ଅଟୋରେ ଥିବା ଅନ୍ୟ ୩ ଜଣ ଜୀବନ ବଞ୍ଚାଇବାକୁ  ଦୌଡ଼ି ପଳାଇଥିଲେ l ଏହି ଘଟଣା ପ୍ରଚାରିତ ହେବା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା l ଖବର ପାଇ ବନ ବିଭାଗ ଓ ହାତୀବାରୀ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l



from Odisha Reporter https://ift.tt/33tAVCg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages