ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ସଫା କରିବା ପରେ ବୁଢ଼ିଆଣୀ ଜାଲ ବା ଅଳନ୍ଧୁ ଦେଖିଲେ ଆମେ ଚିନ୍ତାରେ ପଡ଼ିଥାଉ। ବୁଢ଼ିଆଣୀ ଜାଲ ଦ୍ୱାରା ଘର ଅପରିଷ୍କାର ଦେଖାଯାଏ। ତା’ସହିତ ଘରକୁ ନକାରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥା’ନ୍ତି ବୋଲି ବାସ୍ତୁରେ କୁହାଯାଇଛି। ତେବେ ବୁଢ଼ିଆଣୀ ଜାଲକୁ ବେଶ୍ ସହଜରେ ସଫା କରାଯାଇପାରିବ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ।
୧. ଘର କୋଣରେ ବୁଢ଼ିଆଣୀ ପ୍ରଥମେ ନିଜର ଜାଲ ତିଆରି କରିଥା’ନ୍ତି। ସେଥିପାଇଁ ଘରେ ଥିବା କୋଣଗୁଡ଼ିକରୁ ଅଳନ୍ଧୁ ସଫା କରିଦିଅନ୍ତୁ।
୨. ସିର୍କା ଏପରି ଏକ ଜିନିଷ, ଯାହା ପୋକଙ୍କୁ ମାରିବାର କାର୍ଯ୍ୟ କରିଥାଏ। ଘରର ଯେଉଁ ସ୍ଥାନରେ ବୁଢ଼ିଆଣୀ ଅଧିକ ଜାଲ କରୁଛନ୍ତି, ସେହି ସ୍ଥାନରେ ଗୋଟିଏ କପଡ଼ା ସିର୍କାରେ ବୁଡ଼ାଇ ରଖିଦିଅନ୍ତୁ।
୩. ଘରର କାନ୍ଥ ଯଦି କେଉଁଠି ଭାଙ୍ଗିଛି କିମ୍ୱା କୌଣସି ସ୍ଥାନରେ ଫାଙ୍କା ସ୍ଥାନ ଅଛି, ସେହି ସ୍ଥାନରେ ବୁଢ଼ିଆଣୀ ଘର କରିଥା’ନ୍ତି। ତେଣୁ ସେହି ସବୁ ସ୍ଥାନକୁ ପ୍ରଥମେ ବନ୍ଦ କରନ୍ତୁ।
୪. ବୁଢ଼ିଆଣୀ ନ ହେବା ପାଇଁ ବେକିଂ ସୋଢ଼ାର ବ୍ୟବହାର ମଧ୍ୟ କରିପାରିବେ। ବୁଢ଼ିଆଣୀଙ୍କୁ ସୋଢ଼ାର ଗନ୍ଧ ଭଲ ଲାଗି ନଥାଏ। ଏଥିପାଇଁ ବେକିଂ ସୋଢ଼ା ରଖିଥିବା ସ୍ଥାନକୁ ବୁଢ଼ିଆଣୀ ଆସି ନଥା’ନ୍ତି।
୫. ସାଇଟ୍ରସ୍ ଅଏଲ୍ରେ ଆଣ୍ଟି-ଇନ୍ଫ୍ଲାମେଣ୍ଟାରୀ ଗୁଣ ରହିଛି। ଗୋଟିଏ କପଡ଼ାରେ କିଛି ବୁନ୍ଦା ସାଇଟ୍ରସ୍ ଅଏଲ୍ ପକାଇ ବୁଢ଼ିଆଣୀ ହେଉଥିବା ସ୍ଥାନକୁ ପୋଛନ୍ତୁ କିମ୍ୱା ସେହି ସ୍ଥାନରେ କପଡ଼ାକୁ ରଖିଦିଅନ୍ତୁ। ଦେଖିବେ ଘରେ ବୁଢ଼ିଆଣୀ ଜାଲ ହେବ ନାହିଁ।
from Odisha Reporter https://ift.tt/35NCwEr
No comments:
Post a Comment