ବିଗ୍‌ ବସ୍‌ ଘରୁ ବାହାରିଲେ ଅରହାନ୍‌: ଫ୍ୟାନ୍ ନାରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 17, 2019

ବିଗ୍‌ ବସ୍‌ ଘରୁ ବାହାରିଲେ ଅରହାନ୍‌: ଫ୍ୟାନ୍ ନାରାଜ

ମୁମ୍ବାଇ: ଟେଲିଭିଜନ୍‌ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୩’ ଆରମ୍ଭ ହେବା ଦିନଠୁ ସବୁ ସପ୍ତାହରେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛି। ଗତ ସପ୍ତାହରେ ମଧ୍ୟ ଆଉ ଏକ ଝଟକା ଦେଇଛି । ‘ବିଗ୍‌ ବସ୍‌’ ଘରୁ ଅରହାନ୍‌ ଖାନ୍‌ ବାହାରି ଯାଇଛନ୍ତି। ଏହି ଏଭିକ୍ସନ୍‌ରେ ଦର୍ଶକ କିନ୍ତୁ ନାରାଜ୍‌। ସୋଶାଲ୍‌ ମିଡିଆରେ ଏବେ ତାଙ୍କ ସପକ୍ଷରେ #WhyArhaanKhan ଟ୍ରେଣ୍ଡ କରୁଛି।

ଅରହାନ୍‌ ଶୋ’ରେ କେବଳ ଦୁଇ ସପ୍ତାହ ପାଇଁ ରହିଥିଲେ। ହେଲେ ଏତେ କମ୍‌ ସମୟରେ ମଧ୍ୟ ସେ ଦର୍ଶକଙ୍କ ମନରେ ଏକ ଖାସ୍‌ ଜାଗା ବନେଇ ପାରିଥିଲେ। ଶୋ’ରୁ ଅରହାନ୍‌ଙ୍କ ଏଭିକ୍ସନ୍‌ରେ ସବୁଠୁ ଅଧ୍ୟକ ଦୁଃଖି ହୋଇଛନ୍ତି ରଶ୍ମି ଦେଶାଇ। ରଶ୍ମି ଓ ଅରହାନ୍‌ଙ୍କ ସ୍ପେଶାଲ୍‌ ବଣ୍ଡିଂ କାହାକୁ ବା ଅଜଣା। ଅରହାନ୍‌ ‘ବିଗ୍‌ ବସ୍‌’ରେ ଏଣ୍ଟ୍ରି କରିବା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ସେ ରଶ୍ମିଙ୍କୁ ଡେଟ୍‌ କରୁଛନ୍ତି ଓ ଶୋ’କୁ ସେ ତାଙ୍କୁ ବାହାହେବାକୁ ଆସୁଛନ୍ତି। ହେଲେ ଶୋ’କୁ ଆସିବା ପରେ ଉଭୟଙ୍କ ମଧ୍ୟରେ ସେପରି କିଛି ରୋମାଣ୍ଟିକ୍‌ କେମେଷ୍ଟ୍ରି ଦେଖିବାକୁ ମିଳିଲା ନାହିଁ। ଦୁହେଁ କେବଳ ପରସ୍ପରର ଭଲ ବନ୍ଧୁ ଭଳି ରହିଥିଲେ। ଘରୁ ବାହାରିବା ପୂର୍ବରୁ ଅରହାନ୍‌ଙ୍କୁ ଧରି ରଶ୍ମି ବହୁତ କାନ୍ଦିଥିଲେ। ଅରହାନ୍‌ ମଧ୍ୟ ତାଙ୍କୁ ଷ୍ଟ୍ରଙ୍ଗ ରହିବାକୁ ଓ ଭଲ ଭାବେ ଗେମ୍‌ ଖେଳିବାକୁ ଉପଦେଶ ଦେଇଥିଲେ।

ଅନ୍ୟପଟେ ଅରହାନ୍‌ ଶୋ’ରୁ ବାହାରିବା ପରେ ସିଦ୍ଧାର୍ଥ ଶୁକ୍ଲା ଓ ପାରସ୍‌ ଛାବଡ଼ା ତାଙ୍କ ବିରୁଦ୍ଧରେ କଥା ହେଉଥିବା ଦେଖିବାକୁ ମିଳିଥିଲା। ପାରସଙ୍କ ଅନୁଯାୟୀ ଅରହାନ୍‌ ଗେମ୍‌ରେ ନିଜ ବାସ୍ତବିକତା ଦେଖାଇବାରେ ବିଫଳ ହୋଇଥିଲେ। ତେଣୁ ତାଙ୍କୁ ଏତେ ଶୀଘ୍ର ଘରୁ ବାହାରିବାକୁ ପଡ଼ିଲା।

ଅରହାନ୍‌ଙ୍କ ଫ୍ୟାନ୍‌ମାନେ ଏ ଖବରରେ ଆଦୌ ଖୁସି ନାହାନ୍ତି। ସେମାନଙ୍କ କହିବା ମୁତାବକ ଶୋ’ରେ ତାଙ୍କଠୁ ଆହୁରି ୱିକ୍‌ ପ୍ରତିଯୋଗୀ ଅଛନ୍ତି। ତେଣୁ ତାଙ୍କ ବଦଳରେ ସେମାନଙ୍କୁ ଆଗ ଘରୁ ବାହାର କରିବା ଉଚିତ୍‌। ଅରହାନ୍‌ଙ୍କ ସପକ୍ଷରେ ଫ୍ୟାନ୍‌ମାନେ କାଲିଠୁ ସୋଶାଲ୍‌ମିଡିଆରେ #WhyArhaanKhan ଲେଖି ପୋଷ୍ଟ କରୁଛନ୍ତି, ଯାହା ଟ୍ରେଣ୍ଡ କରୁଛି।



from Odisha Reporter https://ift.tt/2qdI10o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages