ଟ୍ରକକୁ ଧକ୍କା ଦେଲା ବସ୍, ୧୪ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 17, 2019

ଟ୍ରକକୁ ଧକ୍କା ଦେଲା ବସ୍, ୧୪ ମୃତ

ଜୟପୁର/ରାଜସ୍ଥାନ: ଆଜି ସକାଳେ ରାଜସ୍ଥାନର ଶ୍ରୀଡୁଙ୍ଗୁରଗଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରିବାହୀ ବସଟି ସାମ୍ନା ପଟୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏବେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଥିବା ସୂଚନା ରହିଛି। ୧୮ ଜଣ ଆହତ ରହିଛନ୍ତି ବୋଲି ସ୍ଥାନୀୟ ପୁଲିସ ସୂଚନା ଦେଇଛି। ସକାଳ ୭ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି।

ଆହତ ମାନଙ୍କୁ ବିକାନେର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସଟି ବିକାନେରରୁ ଜୟପୁର ଯାଉଥିବା ବେଳେ ଶ୍ରୀଡୁଙ୍ଗୁରଗଡ ନିକଟରେ ଦୁର୍ଘଟଣା ଘଟିଛି। ବସଟି ଧକ୍କା ଦେବା ପରେ ନିଆଁରେ ପୋଡ଼ି ହୋଇଯାଇଥିବା ସୂଚନା ରହିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।



from Odisha Reporter https://ift.tt/2On320A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages