ଭଙ୍ଗାଗଲା ସ୍ମିତାରାଣୀଙ୍କ ଲକର୍‌, କାଗଜପତ୍ର ଯାଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 16, 2019

ଭଙ୍ଗାଗଲା ସ୍ମିତାରାଣୀଙ୍କ ଲକର୍‌, କାଗଜପତ୍ର ଯାଞ୍ଚ

ଯାଜପୁର(ଗୁଲାମ ଗସ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ଅଫିସ ଲକର୍‌କୁ ଆଜି ପୁଲିସ୍‌ ଭାଙ୍ଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ୍‌ ଆଜି ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଥିବା ସ୍ମିତାରାଣୀଙ୍କ ଅଫିସ ଆଲମିରାର ଲକ୍ ଭାଙ୍ଗିବା ସହ କାଗଜପତ୍ରର ଯାଞ୍ଚ୍ କରିଛି  ।ଏହି ସମୟରେ ଧର୍ମଶାଳା ବ୍ଲକ୍ ବିଡିଓ ଓ ସ୍ମିତାରାଣୀଙ୍କ ସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ। ଲକର୍‌ ଭିତରୁ ମିଳିଥିବା ବିଭିନ୍ନ କାଗଜପତ୍ରର ଯାଞ୍ଚ କରାଯାଉଛି।

ସୂଚନାଥାଉ କି, ଗତ ମାସ ୧୬ ତାରିଖରେ ହରିଦାସପୁର ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟ ହାଉସ୍‌ରେ ପିଇଓ ସ୍ମିତାରାଣୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା।ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ବିଜେପି ଅଡ଼ି ବସିଛି। ଆଜି ମଧ୍ୟ ବିଧାନସଭାରେ ଦଳର ବିଧାୟକମାନେ ନିରବ ପ୍ରତିବାଦ କରିଛନ୍ତି।

ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ସ୍ମିତାଙ୍କ ବାପା ସଦାନନ୍ଦ ବିଶ୍ୱାଳ।  ସଦାନନ୍ଦ ବିଶ୍ୱାଳ କହିଥିଲେ ଯେ, “ମୋ ଜୀବନ ପ୍ରତି ବିପଦ ଅଛି, ମୋତେ ବି ମାରିଦେବେ। ଗୃହ ମନ୍ତ୍ରୀ ନିଜେ ଯଦି ଏକଥା କହିବେ ମୁଁ ଆଉ କାହାକୁ କହିବି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଏଠାକୁ ଆସିଛନ୍ତି ନା ମୋତେ କିଛି ପଚାରିଛନ୍ତି। ତାଙ୍କର ପାୱାର ଅଛି, ସେ ମନେ ମନେ ଯାହା କହିବେ। ତାଙ୍କ ପାଖରେ କଳ ବଳ ସବୁ ଅଛି, ମୋ ପାଖରେ କିଛି ନାହିଁ।”

ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ବିଧାନସଭାରେ ନଭେମ୍ବର ୧୪ରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତ୍ତର ରଖିଥିଲେ। ସେ କହିଥିଲେ, “ବେକରେ ଦଉଡ଼ି ଲାଗି ଶ୍ୱାସରୁଦ୍ଧ ଯୋଗୁ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ମିତାଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ଆସିଛି। ରୂପେଶ ଭଦ୍ରଙ୍କ ନାଁରେ ଯଥେଷ୍ଟ ପ୍ରମାଣ ମିଳିବାରୁ ତାଙ୍କୁ ଗିରଫ କରାଯାଇଛି। ରୂପେଶ ଭଦ୍ର ଏବେ ଜେଲ୍‌ରେ, ତଦନ୍ତ ଚାଲୁ ରହିଛି”।



from Odisha Reporter https://ift.tt/2CKQ3QO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages