ପାରାଦୀପ(ରମାକାନ୍ତ ନାୟକ) : ପାରାଦୀପସ୍ଥିତ ବୈଧମାପ ବିଜ୍ଞାନ କାର୍ଯ୍ୟାଳୟର ବରିଷ୍ଠ ନିରୀକ୍ଷକ ବିଶ୍ରାନ୍ତ କୁମାର ସେଠୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଗତସିଂହପୁର ଜିଲ୍ଲା ବୈଧମାପ ବିଜ୍ଞାନ ଅଫିସରେ ସହକାରୀ କଣ୍ଟ୍ରୋଲର୍ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ଅଛନ୍ତି। ତେବେ ସେ ଜିଲ୍ଲାରେ ଥିବା ତେଲ ଟ୍ୟାଙ୍କର ଓ ପେଟ୍ରୋଲ ପମ୍ପ ମାଲିକଙ୍କଠାରୁ ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ ଆସିବା ପରେ କଟକ ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ତାଙ୍କ ଘରେ ଚଢ଼ଉ କରିଥିଲେ।
ଗତକାଲି ପାରାଦୀପସ୍ଥିତ ମଧୁବନରେ ଥିବା ତାଙ୍କ ଅଫିସ୍ରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ସେଠାରୁ ନଗଦ ୧ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଛି। ଯାହାର ହିସାବ ସେ ଦେଇ ପାରିନଥିଲେ।
ଏହାସହ ପାରାଦୀପ ଉଦୟବଟରେ ଥିବା ଭଡ଼ା ଘର, ଯାଜପୁର ଜବରାରେ ଥିବା ଘର, ବାଲେଶ୍ୱର ଉଲୁଡ଼ାରେ ଥିବା ବିଶ୍ରାନ୍ତଙ୍କ ଶ୍ୱଶୁର ଘରେ ବି ଚଢ଼ାଉ କରାଯାଇଥିଲା।
from Odisha Reporter https://ift.tt/2CLNRZm
No comments:
Post a Comment