ମୁମ୍ବାଇ: ‘ବିଗ୍ ବସ୍-୧୩’ରୁ ପ୍ରଥମେ ଏଲିମିନେଟ୍ ହୋଇଥିବା ପ୍ରତିଯୋଗୀ ହେଉଛନ୍ତି ଟେଲି ଅଭିନେତ୍ରୀ ଦଲ୍ଜିତ୍ କୌର୍। ସେ ମାତ୍ର ଦୁଇ ସପ୍ତାହରେ ହିଁ ଘରୁ ବାହାରି ଯାଇଥିଲେ। କିନ୍ତୁ ସେହି କମ୍ ସମୟ ଭିତରେ ହି ଦଲ୍ଜିତ୍ ସମସ୍ତଙ୍କ ମନ ଜିତି ନେଇଥିଲେ। ସେଥିପାଇଁ ତ ସୋଶାଲ୍ ମିଡିଆରେ ତାଙ୍କ ଏଭିକ୍ସନ୍କୁ ଫ୍ୟାନ୍ମାନେ ତୀବ୍ର ବିରୋଧ କରିଥିଲେ।
ଦଲ୍ଜିତ୍ ‘ବିଗ୍ ବସ୍-୧୩’ରେ ସାମିଲ୍ ହେବା ପାଇଁ ତାଙ୍କ ଶୋ’ ‘ଗୁଡ୍ଡନ୍ ତୁମ୍ସେ ନା ହୋପାଏଗା’ ଛାଡ଼ି ଦେଇଥିଲେ। ତେବେ ଏବେ ଖବର ଆସୁଛି ଯେ ସେ ଏହି ଶୋ’କୁ କମ୍ ବ୍ୟାକ୍ କରିବେ। ସୂଚନା ଅନୁଯାୟୀ, ସେ ଏହି ସିରିଏଲ୍ରେ ନେଗେଟିଭ୍ ଚରିତ୍ରରେ ପୁଣି ଥରେ ଏଣ୍ଟ୍ରି କରିବେ।
ବିଗ୍ ବସ୍ ଘରେ ଦଲ୍ଜିତ୍ଙ୍କର ଦୁଇ ସପ୍ତାହର ରହଣି ବେଶ୍ ଭଲ ଥିଲା। ସେ କାହାକୁ ଖରାପ ବ୍ୟବହାର କରି ନଥିଲେ କି କାହା ସହିତ ଅଯଥାରେ କଳିଝଗଡ଼ା କରି ନଥିଲେ। ଓଲଟି ତାଙ୍କ ସ୍ୱଭାବ ଓ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଏପରିକି ସଲ୍ମାନ୍ ଖାନ୍ ମଧ୍ୟ ଦଲ୍ଜିତ୍ଙ୍କୁ ଘରୁ ବାହାର କରିବା ସମୟରେ ବେଶ୍ ପ୍ରଶଂସା କରିଥିଲେ।
from Odisha Reporter https://ift.tt/2QLwWyo
No comments:
Post a Comment