୪ଟି ଟ୍ରାକ୍ଟର ଓ ଜେସିବି ଜାଳି ଦେଲେ ନକ୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 24, 2019

୪ଟି ଟ୍ରାକ୍ଟର ଓ ଜେସିବି ଜାଳି ଦେଲେ ନକ୍ସଲ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ମଢ଼ୋନାର ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ୪ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବିକୁ ନକ୍ସଲମାନେ ପୋଡ଼ି ଦେଇଥିବା ଜଣାପଡ଼ିଛି। ରାୟଗଡ଼ ଜିଲ୍ଲାର ଛୋଟେ ଜଙ୍ଗଲ ଠାରୁ ମଢ଼ୋନାର ପର୍ଯ୍ୟନ୍ତ ପ୍ରାୟ ୫୧ କିଲୋମିଟର ଯାଏ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କାର୍ଯ୍ୟ ଚାଲିଛି। ଏଥିପାଇଁ ଚାରୋଟି ଟ୍ରାକ୍ଟର ଓ ଗୋଟିଏ ଜେସିବି କାମରେ ଲାଗିଥିଲା। ହେଲେ ସନ୍ଧ୍ୟାପ୍ରାୟ ସାଢ଼େ ୫ଟା ବେଳେ ୩୦୦ରୁ ଅଧିକ ସଶସ୍ତ୍ର ନକ୍ସଲ କାମ ହେଉଥିବା ସ୍ଥାନରେ  ପହଞ୍ଚିଥିଲେ। କାମରେ ନିୟୋଜିତ ହୋଇଥିବା ଶ୍ରମିକମାନଙ୍କୁ ସେମାନେ ସେଠାରୁ ଚାଲିଯିବାକୁ ଧମକ ଦେଇଥିଲେ। ପରେ ଗାଡ଼ି ଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଏହି ରାସ୍ତା ପାଇଁ ୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ତେବେ ଏହି ରାସ୍ତା କାମକୁ ନକ୍ସଲ ଆରମ୍ଭରୁ ବିରୋଧ କରି ଆସୁଛନ୍ତି।



from Odisha Reporter https://ift.tt/2OcvumO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages