ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ଫଡ଼ନାଭିସ ସରକାର ଆସ୍ଥା ଭୋଟର ପରୀକ୍ଷା ଦେବେ। ତେବେ ଏହି ସମୟରେ ଏନ୍ସିପି ବିଧାୟକଙ୍କ ପାଇଁ କିଏ ହ୍ୱିପ ଜାରି କରିବେ। ଏନ୍ସିପର ବିଦ୍ରୋହୀ ନେତା ଅଜିତ ପାୱାର ବିଜେପି ସହ ମିଶି ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏବେ ବି ଏନସିପି ତାଙ୍କୁ ଦଳରୁ ବହିଷ୍କାର କରିନାହିଁ। ତେଣୁ ସେ ହିଁ ଦଳୀୟ ବିଧାୟକଙ୍କ ପାଇଁ ହ୍ୱିପ ଜାରି କରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଏନସିପି ପକ୍ଷରୁ କୁହାଯାଇଛି ଯେ ଅଜିତଙ୍କୁ ବିଧାୟକ ଦଳ ନେତା ଓ ଚିଫ ହ୍ୱିପ ପଦରୁ ବରଖାସ୍ତ କରାଯାଇଛି। ରାଜ୍ୟ ଏନସିପି ମୁଖ୍ୟ ଜୟନ୍ତ ପାଟିଲ ହିଁ ଏବେ ଦଳର ଚିଫ ହ୍ୱିପ। ତେଣୁ ସେ ହିଁ ବିଧାୟକଙ୍କ ପାଇଁ ହ୍ୱିପ ଜାରି କରିବେ।
ସୂତ୍ର ଅନୁସାୟରେ, ଜୟନ୍ତ ପାଟିଲ ହିଁ ଏନସିପି ବିଧାୟକ ଦଳ ନେତା ହୋଇଛନ୍ତି। ତେଣୁ ସେ ହିଁ ହ୍ୱିପ ଜାରି କରିବାର ଅଧିକାର ପାଇଛନ୍ତି। ନିୟମ ଅନୁଯାୟୀ, ଯଦି କୌଣସି ରାଜନୀତିକ ଦଳ କାହାକୁ ଚିଫ୍ ହ୍ୱିପ ଭାବେ ନିଯୁକ୍ତି ଦେଉଛି, ତା’ହେଲେ ପ୍ରଥମେ ଉକ୍ତ ଦଳ ବାଚସ୍ପତି କିମ୍ବା ବିଧାନସଭା ସଚିବଙ୍କୁ ଏ ସମ୍ପର୍କରେ ଅବଗତ କରାଇବ। ଅକ୍ଟୋବର ୩୦ରେ ଅଜିତ ପାୱାର ଏନସିପିର ଚିଫ୍ ହ୍ୱିପ ଭାବେ ନିଯୁକ୍ତି ପାଇଥିଲେ। ତେବେ ଏ ସମ୍ପର୍କରେ ଏନସିପି ପକ୍ଷରୁ ବିଧାନସଭା ସଚିବଙ୍କୁ ଅବଗତ କରାଯାଇ ନାହିଁ।
ସୋମବାର ଏନସିପି ପକ୍ଷରୁ ବିଧାନସଭା ସଚିବଙ୍କୁ କୁହାଯାଇଛି ଯେ ଅଜିତ ପାୱାରଙ୍କୁ ଚିଫ ହ୍ୱିପ ପଦରୁ ବହିଷ୍କୃତ କରାଯାଇଛି। ତାଙ୍କ ସ୍ଥାନରେ ଜୟନ୍ତ ପାଟିଲଙ୍କୁ ନିଯୁକ୍ତି ମିଳିଛି। ତେଣୁ ସେ ହିଁ ଦଳୀୟ ନେତାଙ୍କ ପାଇଁ ହ୍ୱିପ ଜାରି କରିପାରିବେ।
ଅନ୍ୟପକ୍ଷରେ ବିଜେପି ପକ୍ଷରୁ କୁହାଯାଇଛି ଯେ ଅକ୍ଟୋବର ୩୦ରେ ଏନସିପି ବିଧାୟକ ଦଳ ବୈଠକ ବେଳେ ଅଜିତ ପାୱାରଙ୍କୁ ବିଧାୟକଙ୍କ ଦଳ ନେତା ଓ ଚିଫ ହ୍ୱିପ ଭାବେ ନିଯୁକ୍ତି ମିଳିଥିଲା। ତାଙ୍କୁ ଅବଶ୍ୟ ଏହି ପଦରୁ ବହିଷ୍କୃତ କରାଯାଇଛି। ହେଲେ ଏଥିରେ ଏନସିପର ସବୁ ବିଧାୟକ ସହମତି ହୋଇ ନାହାନ୍ତି। ତେଣୁ ଏବେ ବି ସେ ବିଧାୟକ ଦଳ ନେତା ଓ ଚିଫ ହ୍ୱିପ ଅଛନ୍ତି।
ଆସନ୍ତାକାଲି ଆସ୍ଥା ଭୋଟ ସମୟରେ ସେ ହିଁ ବିଧାୟକଙ୍କ ପାଇଁ ହ୍ୱିପ ଜାରି କରିପାରିବେ। ବିଶେଷଜ୍ଞଙ୍କ ମତରେ ଏନସିପି ପାଇଁ କେବଳ ଜୟନ୍ତ ପାଟିଲ ହିଁ ହ୍ୱିପ ଜାରି କରିପାରିବେ। ଯଦି ପାୱାରଙ୍କୁ ଏନସିପି ଏହି ପଦରୁ ବହିଷ୍କୃତ କରି ନଥାଆନ୍ତା, ତା’ହେଲେ ସେ ହ୍ୱିପ ଜାରି କରିପାରି ଥାଆନ୍ତେ। ହେଲେ ଏବେ ଜୟନ୍ତ ପାଟିଲଙ୍କ ହାତରେ ସବୁ କ୍ଷମତା ରହିଛି।
from Odisha Reporter https://ift.tt/35B8F2g
No comments:
Post a Comment