ମୁମ୍ବାଇ: ବିଜ୍ଞାପନ କରି ଅଡୁଆରେ ପଡ଼ିଲେ ବଲିଉଡ୍ର ଦୁଇ ଜଣାଶୁଣା ଅଭିନେତା। ବିଜ୍ଞାପନରେ କହିଥିବା କଥା ସତ ପ୍ରମାଣିତ ନ ହେବାରୁ ଏବେ ଗୋବିନ୍ଦା ଓ ଜ୍ୟାକି ଶ୍ରଫ୍ଙ୍କୁ ଦେବାକୁ ପଡ଼ିବ ୨୦ହଜାର ଟଙ୍କା ଲେଖାଏଁ ଜରିମାନା। ଉତ୍ତରପ୍ରଦେଶର ମୁଜରଫରନଗର ଖାଉଟି ଅଦାଲତ ଏହି ଦୁଇ ବଲିଉଡ୍ କଳାକାରଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
କିଛି ବର୍ଷ ପୂର୍ବରୁ ଏହି ଦୁଇ ଅଭିନେତା ଏକ ମେଡିସିନ କମ୍ପାନୀ ପାଇଁ ବିଜ୍ଞାପନ ପ୍ରଚାର କରିଥିଲେ। କମ୍ପାନୀ ଦ୍ୱାରା ର୍ନିମିତ ଏକ ଯନ୍ତ୍ରଣା ମୁକ୍ତିଦାୟକ ତୈଳର ପ୍ରଚାର ପାଇଁ ଉଭୟ ଜ୍ୟାକି ଓ ଗୋବିନ୍ଦା ମୋଟା ଅଙ୍କର ଫିସ୍ ମଧ୍ୟ ନେଇଥିଲେ। ତେବେ ଏହି ହର୍ବାଲ୍ ତେଲ ବ୍ୟବହାର କରି ସମସ୍ୟାରେ ପଡିବା ପରେ ମୁଜଫରନଗରର ଜଣେ ଯୁବକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସମ୍ପୃକ୍ତ କମ୍ପାନୀ ସହ ସେମାନେ ଉଭୟ କଳାକାରଙ୍କ ନାଁରେ ମାମଲା ରୁଜୁ କରିଥିଲେ। ମାମଲାର ଶୁଣାଣି କରି କୋର୍ଟ ତୈଳ କମ୍ପାନୀ ଓ ଦୁଇ କଳାକାରଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ୨୦୧୨ ମସିହାରେ ମୁଜଫରନଗରର ଓକିଲ ଅଭିନବ ଅଗ୍ରଓ୍ୱାଲ ବିଜ୍ଞାପନ ଦେଖି ନିଜ ବାପାଙ୍କ ପାଇଁ ୩୬୦୦ ଟଙ୍କା ଦେଇ ଉକ୍ତ ତେଲ କିଣିଥିଲେ। ବିଜ୍ଞାପନରେ କୁହାଯାଇଥିଲା ଯେ, ଏହି ତେଲ ଲଗାଇବା ଦ୍ୱାରା ଯଦି ଯନ୍ତ୍ରଣା ସମସ୍ୟା ଉପଶମ ନ ହୁଏ ତେବେ ଟଙ୍କା ଫେରସ୍ତ ଦିଆଯିବ। ତେବେ ଅନେକ ଦିନ ତେଲ ଲଗାଇବା ପରେ ବି ତାଙ୍କ ବାପାଙ୍କ ଯନ୍ତ୍ରଣା ଉପଶମ ନ ହେବାରୁ ସେ କମ୍ପାନୀକୁ ଟଙ୍କା ଫେରସ୍ତ ପାଇଁ କହିଥିଲେ। କିନ୍ତୁ କମ୍ପାନୀ ଟଙ୍କା ଦେବାକୁ ମନା କରିଦେଇଥିଲା। ଏହାପରେ ସେ କୋର୍ଟରେ ମାମଲା ରୁଜୁ କରିଥିଲେ।
from Odisha Reporter https://ift.tt/35zjPUX
No comments:
Post a Comment