ପ୍ରଥମ ଦେଖାରେ ହୋଇଥିଲା ପ୍ରେମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 8, 2019

ପ୍ରଥମ ଦେଖାରେ ହୋଇଥିଲା ପ୍ରେମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଲ୍ମ, ଅଭିନୟ ଓ ଆଇଟମ୍ ନୃତ୍ୟ ପାଇଁ ଅଭିନେତ୍ରୀ ବିଦୁସ୍ମିତା ଯେତିକି ଚର୍ଚ୍ଚିତ ନିଜ ରୋକ୍‌ଠୋକ୍ କଥା ପାଇଁ ମଧ୍ୟ ସେତିକି ଜଣାଶୁଣା। ପ୍ରାୟ ସବୁବେଳେ ସବୁ କଥାରେ ସେ  ରୋକ୍‌ଠୋକ୍‌ କହିବାକୁ ପସନ୍ଦ କରନ୍ତି। କିନ୍ତୁ ବାହାରକୁ ଭାରି କଡ଼ା ଲାଗୁଥିବା ବିଦୁସ୍ମିତାଙ୍କର ଏକ ସୁନ୍ଦର ପ୍ରେମ କାହାଣୀ ବି ଅଛି।

ରାଜନେତା ଅନନ୍ତ ଦାସଙ୍କୁ ୨୦୧୧ ମସିହା ଜାନୁଆରୀ ମାସରେ ବାହା ହୋଇଥିଲେ ବିଦୁସ୍ମିତା। ଦୁହେଁ ପ୍ରେମ ବିବାହ କରିଥିଲେ। ବିଦୁ ହିଁ ପ୍ରଥମେ ଅନନ୍ତଙ୍କ ପ୍ରେମରେ ପଡ଼ିଥିଲେ ଓ ନିଜ ମନ କଥା ଜଣାଇଥିଲେ। ଗୋଟିଏ କାର୍ଯ୍ୟକ୍ରମରେ ବିଦୁ ଅତିଥି ଭାବେ ଯୋଗ ଦେଇଥିଲେ। ସେହି କାର୍ଯ୍ୟକ୍ରମରେ ଅନନ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ହିଁ ଉଭୟଙ୍କ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା। ଆଉ ପ୍ରଥମ ଦେଖାରେ ହିଁ ଅନନ୍ତଙ୍କ ପ୍ରେମରେ ପଡ଼ିଯାଇଥିଲେ ବିଦୁ।  ତା’ପରେ ସେ ତାଙ୍କର ଜଣେ ଚିହ୍ନା ବ୍ୟକ୍ତିଙ୍କୁ ଅନନ୍ତ ବିବାହିତ ନା ନାହିଁ ଖବର ନେବାକୁ କହିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଅନନ୍ତଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପଚାରିଥିଲେ ଏବଂ ସେ ଅବିବାହିତ ବୋଲି ଜାଣିବାକୁ ପାଇଥିଲେ। ବିଦୁ ଏ କଥା ଜାଣିବା ପରେ ଉକ୍ତ ବ୍ୟକ୍ତିଙ୍କ ମାଧ୍ୟମରେ ଅନନ୍ତଙ୍କ ପାଖକୁ ଖବର ପଠାଇଲେ ଯେ ସେ ତାଙ୍କୁ ପସନ୍ଦ କରୁଛନ୍ତି। ତେବେ ଏହା ଶୁଣିବା ପରେ ଅନନ୍ତ କିଛି ଉତ୍ତର ଦେଇ ନଥିଲେ।

ବିଦୁଙ୍କ କହିବା ଅନୁଯାୟୀ,  ଅନନ୍ତ ଦୁଇ ମାସ ସମୟ ନେଇଥିଲେ ଓ ତା’ପରେ ତାଙ୍କ ପ୍ରେମ ନିବେଦନ ଗ୍ରହଣ କରିଥିଲେ।

ୟା ଭିତରେ ବିଦୁଙ୍କ ବିବାହକୁ ୮ବର୍ଷ ହୋଇଗଲାଣି। ତାଙ୍କର ଗୋଟିଏ ଝିଅ ଅଛି। ସ୍ୱାମୀ ରାଜନୀତି କ୍ୟାରିଅରରେ ବ୍ୟସ୍ତ ଥିବା ବଳେ ବିଦୁ ମଧ୍ୟ ଫିଲ୍ମରେ ବ୍ୟସ୍ତ ରହୁଛନ୍ତି। ଅନନ୍ତ ତାଙ୍କୁ ସବୁ କ୍ଷେତ୍ରରେ ସ୍ୱାଧୀନତା ଦେଇଛନ୍ତି ବୋଲି ବିଦୁ କହିଛନ୍ତି। ନିକଟରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ’ ‘ରେଡିଓ ଟାଇମ୍‌ ୱିଥ୍ ଅନନ୍ୟା’ରେ ଯୋଗଦେଇ ସେ ଏକଥା କହିଥିଲେ।

ସୂଚନାଯୋଗ୍ୟ, ବିଦୁସ୍ମିତାଙ୍କୁ ଅନେକ ହିଟ୍‌ ଆଲବମ୍‌ ସହ ‘ଜବରଦସ୍ତ ପ୍ରେମିକ’, ‘ଲଭ୍‌ ମାଷ୍ଟର’ ଓ ‘ମିଷ୍ଟର ମଜ୍‌ନୁ’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।

 



from Odisha Reporter https://ift.tt/2K1Upas

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages