ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ବୁଲ୍ବୁଲ୍’ ଏବେ ପାରାଦୀପର ପୂର୍ବ, ଉତ୍ତର-ପୂର୍ବ ଦିଗରେ ୯୫ କିଲୋମିଟର ଦୂରତାରେ ରହିଛି। ଘଣ୍ଟା ପ୍ରତି ୧୩ କି.ମି. ବେଗରେ ଏହା ଗତି କରୁଛି । ଆଜି ଅପରାହ୍ନ ୫ରୁ ରାତି ୧୦ଟା ଭିତରେ ଏହା ଲ୍ୟାଣ୍ଡଫଲ୍ କରିପାରେ। ‘ବୁଲ୍ବୁଲ୍’ ପୂର୍ବ ଉତ୍ତର ପୂର୍ବ ଦିଗକୁ ମୋଡ଼ ନେବା ଆରମ୍ଭ କଲାଣି। ତେଣୁ ଆଉ ୪ରୁ ୫ ଘଣ୍ଟା ଯାଏଁ ବର୍ଷା ଜାରି ରହିବ ବୋଲି କହିଛନ୍ତି ଏସ୍ଆରସି ପ୍ରଦୀପ ଜେନା।
ଏସ୍ଆରସିଙ୍କ ସୂଚନା ଅନୁଯାୟୀ, ‘ବୁଲ୍ବୁଲ୍’ ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇଛି। ବାଲେଶ୍ୱର, ଭଦ୍ରକରେ ବର୍ଷାର ପରିମାଣ ବଢ଼ିପାରେ। ଧାମରାରେ ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବହିଛି। ପାରାଦୀପ, ରାଜନଗର, ଚାନ୍ଦବାଲି, ବାସୁଦେବପୁରରେ ବହୁ ଗଛ ଉପୁଡ଼ିଛି। NDRF, ଓଡ୍ରାଫ୍ ଟିମ୍ ଦ୍ୱାରା ଗଛ କଟା ଆରମ୍ଭ ହୋଇଯାଇଛି। କିଛି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଅଢ଼େଇ ହଜାର ଲୋକଙ୍କୁ ସ୍ଥାନ୍ତର କରାଯାଇଛି। ଧାମରାରେ ୯ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଟିମ୍ ପହଞ୍ଚିଛି। ଫସଲ କ୍ଷୟକ୍ଷତି ନେଇ କୃଷି ସଚିବଙ୍କ ସହ ଆଲୋଚନା ହୋଇଛି। କ୍ଷୟକ୍ଷତି ଆକଳନ ପାଇଁ ଗୋଟିଏ ଟିମ୍ ବାହାରିଥିବା କହିଛନ୍ତି ଏସ୍ଆରସି ପ୍ରଦୀପ ଜେନା।
from Odisha Reporter https://ift.tt/2qxCQrV
No comments:
Post a Comment