ଲୁଡୁ ଖେଳକୁ ନେଇ ଛୁରାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 27, 2019

ଲୁଡୁ ଖେଳକୁ ନେଇ ଛୁରାମାଡ଼

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଝାଡକୁଦା ଗାଁରେ ମୋବାଇଲରେ ଲୁଡୁ ଖେଳକୁ କେନ୍ଦ୍ରକରି ଛୁରାମାଡ଼ ହୋଇଛି। ଗୁରୁତର ହୋଇଥିବା ଯୁବକଙ୍କ ନାଁ କେ. ଦୁର୍ଯ୍ୟୋଧନ ରେଡ୍ଡୀ। ତାଙ୍କୁ ସେହି ଗାଁର ଜଣେ ଯୁବକ ଛୁରାମାଡ଼ କରିଛନ୍ତି।

ସୂଚନାଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଗାଁର ରାଧାକୃଷ୍ଣ ମନ୍ଦିର ପାଖରେ ଦୁଇ ଯୁବକ ଲୁଡୁ ଖେଳୁଥିଲେ। ଏହି ଖେଳକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଗତକାଲି ରାତିରେ ପୁଣି ସେହି ମନ୍ଦିର ନିକଟରେ ଉଭୟଙ୍କ ଭେଟ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଦୁର୍ଯ୍ୟୋଧନଙ୍କ ପେଟକୁ ଗାଁର ଜଣେ ଯୁବକ ଛୁରୀରେ ଭୁସି ଦେଇଥିଲା। ଦୁର୍ଯ୍ୟୋଧନଙ୍କୁ ପ୍ରଥମେ ଛତ୍ରପୁରସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ।



from Odisha Reporter https://ift.tt/2QX8Osx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages