ରୋଗୀ ମୃତ୍ୟୁକୁ ନେଇ ନର୍ସିଂହୋମରେ ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 27, 2019

ରୋଗୀ ମୃତ୍ୟୁକୁ ନେଇ ନର୍ସିଂହୋମରେ ଉତ୍ତେଜନା

ଭଦ୍ରକ(ପାର୍ଥ ସାରଥୀ ନାୟକ):  ଅସ୍ତ୍ରୋପଚାର ସମୟରେ ରୋଗୀ ମୃତ୍ୟୁକୁ ନେଇ ଭଦ୍ରକର ଏକ ଘରୋଇ ନର୍ସିଂହୋମରେ ଗତ ରାତିରେ ଉତ୍ତେଜନା ଦେଖାଦେଇଥିଲା।  ମୃତା ମହିଳା ହେଲେ ଯାଜପୁର ଜ଼ିଲ୍ଲା କୋଳଥା ଗ୍ରାମର ସ୍ୱର୍ଣ୍ଣଲତା ମହାପାତ୍ର। ଡାକ୍ତରଙ୍କ ଅବହେଳା ଯୋଗୁଁ  ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

ପରିବାର ଲୋକଙ୍କ କହିବାନୁଯାୟୀ, ସ୍ୱର୍ଣ୍ଣଲତାଙ୍କର ପ୍ରାୟ  ବର୍ଷେରୁ  ଊର୍ଦ୍ଧ୍ୱ ହେବ ବାହାଘର ହୋଇଥିଲା। କିନ୍ତୁ ତାଙ୍କର ପିଲାପିଲି ହେଉନଥିବାରୁ ପରିବାର ଲୋକ ଭଦ୍ରକରେ ଏକ ଘରୋଇ ନର୍ସିଂହୋମରେ ତାଙ୍କ ଚିକିତ୍ସା କରାଉଥିଲେ। ଗତକାଲି ଅସ୍ତ୍ରୋପଚାର ନିମନ୍ତେ ସ୍ୱର୍ଣ୍ଣଲତାଙ୍କୁ ଭଦ୍ରକ ମୋଟେଲ ଛକସ୍ଥିତ ସାଳନ୍ଦୀ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଓଟି ଭିତରେ ଅସ୍ତ୍ରୋପଚାର ସମୟରେ ତାଙ୍କ ମୃତ୍ୟୁ ହୋଇଥିଲେ। ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପରିବାର ଲୋକ । ଫଳରେ ନର୍ସିଂହୋମରେ ଉତ୍ତେଜନା ଦେଖାଦେଇଥିଲା।

ଅପରପକ୍ଷେ ଚିକିତ୍ସାରେ କୌଣସି ଅବହେଳା ହୋଇ ନ ଥିବା କହିଛନ୍ତି ଡାକ୍ତର।  ଅସ୍ତ୍ରୋପଚାର ପୂର୍ବରୁ ସବୁ ପରୀକ୍ଷା  ହୋଇଥିବା ବେଳେ ରିପୋର୍ଟ ସବୁ ଠିକ ଠାକ ଥିଲା। କିନ୍ତୁ ଅସ୍ତ୍ରୋପଚାର ସମୟରେ ହୃଦଘାତରେ ରୋଗୀର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ରୋଗୀର ଟେଷ୍ଟ ରିପୋର୍ଟ ସବୁ ଠିକ ଠାକ ଥାଇ ମାଇନର ଅସ୍ତ୍ରୋପଚାର ସମୟରେ ମୃତ୍ୟୁ ହେବାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ। ନର୍ସିଂହୋମରେ ଉତ୍ତେଜନା ଦେଖାଥିବାରୁ ଘଟଣାସ୍ଥଳରେ ସହରାଞ୍ଚଳ ଥାନାଧିକାରୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଉତ୍ତେଜନା ପ୍ରଶମିତ ହୋଇଥିବା ଜଣାଯାଇଛି।



from Odisha Reporter https://ift.tt/2L2ifDr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages