ପୃଥକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 20, 2019

ପୃଥକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ସହରରେ ଆଜି ସକାଳୁ ସକାଳୁ ଦୁଇଟି ପୃଥକ୍‌  ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଉମେଶ ବେହେରା ଓ ପ୍ରମୋଦ ସେଠୀ।

ସୂଚନାଅନୁସାରେ, ଉମେଶ ଏକ ବାଇକ୍‌ରେ ପାରାଦୀପ ଯାଉଥିଲେ। ଏହି ସମୟରେ ପାରାଦୀପ ମୁଖ୍ୟ ରାସ୍ତାର ଅଠରବାଙ୍କି ନିକଟ ଟର୍ମିନାଲ ଛକରେ ଏକ ଟ୍ରକ୍‌ ତାଙ୍କ ବାଇକ୍‌ ପଛପଟକୁ ଧକ୍କା ଦେଇଥିଲା। ଘଟଣା଼ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ। ଦୁର୍ଘଟଣା ପରେ ଟ୍ରକ୍‌ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି।

ସେହପିରି ନେହେରୁ ବଙ୍ଗଳା ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପ୍ରମୋଦ ଏକ ସାଇକେଲରେ ଶୁଖୁଆ ଆଣିବା ପାଇଁ ପାରାଦୀପ ଯାଉଥିଲେ। ଏହି ସମୟରେ ନେହେରୁ ବଙ୍ଗଳା ରାସ୍ତାରେ ତାଙ୍କୁ ଏକ ଅଜଣା ଗାଡ଼ି ପଛପଟୁ ଧକ୍କା ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଅଠରବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରମୋଦଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଶିରୀପୁର ଅଞ୍ଚଳରେ।ପାରାଦୀପ ଆଦର୍ଶ ଥାନା ପୁଲିସ୍‌ ଉଭୟ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/3493plR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages