କାଲି ମହାରାଷ୍ଟ୍ରରେ ସରକାର ଗଠନ ନିଷ୍ପତ୍ତି, ତଥାପି ରହିଛି କେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 20, 2019

କାଲି ମହାରାଷ୍ଟ୍ରରେ ସରକାର ଗଠନ ନିଷ୍ପତ୍ତି, ତଥାପି ରହିଛି କେଁ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର କିଏ ଗଠନ କରିବ, ତା’ର ଫୈସଲା ଆସନ୍ତାକାଲି ହେବ। ଗତକାଲି କଂଗ୍ରେସ-ଏନସିପି ଏ ସମ୍ପର୍କରେ ଘୋଷଣା କରିଥିବା ବେଳେ ଆଜି ଶିବସେନା ସମାନ କଥା ଦୋହରାଇଛି। ବିଜେପି ସରକାର ଗଠନ ରେସରୁ ବାଦ ପଡ଼ିବାରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ସରକାର ଗଠନ ପାଇଁ ଘନଘନ ବୈଠକ କରିବାରେ ଲାଗିଛନ୍ତି। ତଥାପି ୩ଟି ଯାକ ଦଳ ଏଯାଏ ସରକାର ଗଠନ ପାଇଁ ନିଷ୍ପତ୍ତି ନେଇ ପାରୁନାହାନ୍ତି।

ଆଜି ପୁଣିଥରେ କଂଗ୍ରେସ ଓ ଏନ୍‌ସିପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହାପରେ ଶିବସେନା ସହ ମିଶି ଏହି ଦୁଇ ଦଳ ସରକାର ଗଠନ ପାଇଁ ଆଗକୁ ବଢ଼ିବେ।
ହେଲେ ଏବେ ବି ଏହି ୩ ଦଳ ମଧ୍ୟରେ କେଁ ରହିଛି। ଆଜି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ବାଲାସାହେବ ଥୋରାଟ କହିଛନ୍ତି, “ଆସନ୍ତା ୫ ବର୍ଷ ପାଇଁ କଂଗ୍ରେସ-ଏନ୍‌ସିପି ଓ ଶିବସେନା ସରକାର ଚଳାଇ ପାରିବେ କି ନାହିଁ, ସେ ସମ୍ପର୍କରେ ଆହୁରି ଆଲୋଚନା କରିବାର ଅଛି।

୩ ଦଳ ମଧ୍ୟରେ ଏମିତି କିଛି ପଏଣ୍ଟ ରହିଛି, ଯାହା ମେଣ୍ଟ ପୂର୍ବରୁ ସମାଧାନ ହେବା ଦରକାର। ତେଣୁ ଏବେ ବି ମେଣ୍ଟ ସରକାର ନେଇ ଆଲୋଚନା ଜାରି ରହିଛି। ଆମେ ଆଜି ମୁମ୍ବାଇରେ ପୁଣି ଏ ସମ୍ପର୍କରେ ଆଲୋଚନା କରିବୁ।” ଶିବସେନା ହିନ୍ଦୁତ୍ୱବାଦ ରାଜନୀତି କରୁଥିବାରୁ ଏହି ଦଳ ସହ ହାତ ମିଳାଇବା କଂଗ୍ରେସ ଓ ଏନ୍‌ସିପି ପାଇଁ ବୁମେରାଂ ସାବ୍ୟସ୍ତ ହେବାର ଆଶଙ୍କା ରହିଛି। ତେଣୁ ଏହି ସମସ୍ୟାର ସମାଧାନ ହିଁ ଆଲୋଚନାର ମୂଳ ଏଜେଣ୍ଡା ରହିଛି।

ଆଜି ମହାରାଷ୍ଟ୍ର ରାଜନୀତିକ ସ୍ଥିତି ଉପରେ ଆଲୋଚନା ପାଇଁ କଂଗ୍ରେସ ୱାର୍କିଂ କମିଟି ବୈଠକ ବସିଥିଲା। ସୋନିଆ ଗାନ୍ଧିଙ୍କ ବାସଭବନରେ ବସିଥିବା ଏହି ବୈଠକ ପରେ ବରିଷ୍ଠ କଂଗ୍ରେସ ନେତା କେକେ ଭେନୁଗୋପାଲ କହିଛନ୍ତି, “ମହାରାଷ୍ଟ୍ରରେ ସରକାର ଗଠନ ନିଷ୍ପତ୍ତି ଉପରେ କଂଗ୍ରେସ ଆସନ୍ତାକାଲି ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନେବ।” ଅର୍ଥାତ ଏବେ ବି କଂଗ୍ରେସ ଓ ଏନସିପି ମହାରାଷ୍ଟ୍ରରେ ଶିବସେନା ସହ ମିଶି ସରକାର ଗଠନ କରିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, “ଡିସେମ୍ବର ୧ ପୂର୍ବରୁ ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟା ଶେଷ ହେବ। ୩ ଦଳ ମିଳିତ ଭାବେ ମୁମ୍ବାଇରେ ବୈଠକ କରିବେ। ଶିବସେନା ସର୍ବଦା ଧର୍ମନିରପେକ୍ଷରେ ବିଶ୍ୱାସ କରେ। ଦେଶ ଧର୍ମନିରପେକ୍ଷ ପାଇଁ ଚାଲିଛି। ଚଳିତ ସପ୍ତାହରେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମଧ୍ୟରେ କୌଣସି ବୈଠକ ହେବାର ନାହିଁ। ତେବେ ଆସନ୍ତାକାଲି ସୁଦ୍ଧା ସରକାର ଗଠନ ଚିତ୍ର ସ୍ପଷ୍ଟ ହୋଇଯିବ।”

ଅନ୍ୟପକ୍ଷରେ ଶିବସେନା ଆଗରେ ଏନସିପି କଣ୍ଟା ହୋଇ ଛିଡ଼ା ହେବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଶିବସେନା ଠାରୁ ଏନସିପି ମାତ୍ର ୨ଟି ଆସନ କମ ପାଇଛି। ବିଜେପି ସହ ଶିବସେନା ଯେଉଁ ଭଳି ମୁଖ୍ୟମନ୍ତ୍ରୀ ପଦକୁ ଅଦଳ ବଦଳ କରିବାକୁ କହୁଥିଲା ଏବେ ଏନସିପି ସମାନ ଦାବି କରିବାର ସମ୍ଭାବନା ରହିଛି। ତେଣୁ ଶିବସେନା ଏହି ଦାବିକୁ କେତେଦୂର ଗ୍ରହଣ କରିବ, ତା’ ଉପରେ ସମସ୍ତଙ୍କ ନଜର। ଆସନ୍ତାକାଲି ସୁଦ୍ଧା କଂଗ୍ରେସ-ଏନ୍‌ସିପି ଓ ଶିବସେନା ମିଳିତ ଭାବେ ଏହି ସମସ୍ୟା ଉପରେ ଆଲୋଚନା କରିବେ। ସେହିପରି ବିଭାଗ ଓ ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବି ଆଲୋଚନା ହେବ।



from Odisha Reporter https://ift.tt/2OrBXt6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages