‘ବଜାରରେ ବିକ୍ରି ହେଉଥିବା ଅଧିକାଂଶ ଖାଦ୍ୟ ଖାଇବା ଯୋଗ୍ୟ ନୁହେଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 28, 2019

‘ବଜାରରେ ବିକ୍ରି ହେଉଥିବା ଅଧିକାଂଶ ଖାଦ୍ୟ ଖାଇବା ଯୋଗ୍ୟ ନୁହେଁ’

ଭୁବନେଶ୍ୱର: ରାଜ୍ୟରେ ଶୋଇଛି ସରକାରଙ୍କ ଖାଦ୍ୟ ନିରାପତ୍ତା ବିଭାଗ। ବେଧଡ଼କ ଭାବରେ ବିକ୍ରି ଚାଲିଛି ଭେଜାଲ ଖାଦ୍ୟ। ଲୋକେ ବିଷ ଖାଉଥିବା ବେଳେ ଏଠାରେ ବ୍ୟବସାୟୀ ହେଉଛନ୍ତି ମାଲେମାଲ। ରାଜ୍ୟରେ ନକଲି ତେଲ, ମସଲା ଆଦି ଉପରେ ଚଢ଼ାଉ କରି ବିଭିନ୍ନ ରାକେଟକୁ ଧରି ରାଜ୍ୟ ସରକାର ବାହା ବାହା ନେଉଛନ୍ତି। ହେଲେ ଯେଉଁମାନେ ଏହି ନକଲି ସାମଗ୍ରୀକୁ କିଣି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ସେମାନଙ୍କୁ ଧରିବାରେ ରାଜ୍ୟ ସରକାର ଯେ ବିଫଳ ହୋଇଛନ୍ତି ତାହା କେନ୍ଦ୍ର ସରକାରଙ୍କ ଫୁଡ୍ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରଟିର ରିପୋର୍ଟରୁ ଜଣାପଡ଼ିଛି। ଖାଲି ଓଡ଼ିଶା ନୁହେଁ ଦେଶର ୧୦ଟି ରାଜ୍ୟରେ ଭେଜାଲ ଖାଦ୍ୟ ବିକ୍ରି ହେଉଛି ବୋଲି ଏଫଏସଏଆଇ ତା’ର ରିପୋର୍ଟରେ ଉଲ୍ଲେଖ କରିଛି। ଯାହାକି ବଜାରରେ ଚଟପଟି ଖାଦ୍ୟ ଖାଇବା ପ୍ରତି ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ ସତର୍କ ଘଣ୍ଟି ସାଜିଛି।

ଖାଦ୍ୟର ମାନ ଜାଣିବା ପାଇଁ ଏଫଏସଏଆଇ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୩୨୭ଟି ଖାଦ୍ୟର ନମୁନା ସଂଗ୍ରହ କରିଥିଲା। ଯେଉଁଥିରୁ ୨୨ଟି ନମୁନା ଖଇବା ଯୋଗ୍ୟ ନୁହେଁ, ୪୪ଟି ମଧ୍ୟମ ଧରଣର ଖାଦ୍ୟ (ହାନିକାରକ ନୁହେଁ କି ଲାଭଦାୟକ ନୁହେଁ), ୨୫ଟି ନମୁନା ସମ୍ପୂର୍ଣ୍ଣ ଭାବରେ ଖାଦ୍ୟ ପ୍ରସ୍ତୁତିରେ ହେରଫେର କରାଯାଇଛି।

ଦେଶର ବିଭିନ୍ନ ଗରିବ ରାଜ୍ୟରେ ଏଯାଏ ଖାଦ୍ୟର ମାନ ଯାଞ୍ଚ ପାଇଁ ଆବଶ୍ୟକ ଫୁଲ ଟାଇମ୍ ଅଧିକାରୀ ନିଯୁକ୍ତି କରାଯାଇନଥିବା ଜଣାପଡ଼ିଛି। ଏମିତିକି ରାଜ୍ୟଗୁଡ଼ିକରେ ଖାଦ୍ୟ ପରୀକ୍ଷା କରିବା ପାଇଁ ପରୀକ୍ଷାଗାର ନଥିବା ୨୦୧୮-୧୯ରେ ଏଫଏସଏସଏଆଇ କହିଥିଲା। ହେଲେ ଆଶ୍ଚର୍ଯ୍ୟର କଥା ଏହି ସବୁ ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ ଦୀର୍ଘ ବର୍ଷ ହେବ ଲାଗୁ ହୋଇଛି।

ସେହିପରି ଏଫଏସଏସଏଆଇ ଗତ ବର୍ଷ ମେ’ରୁ ଅକ୍ଟୋବର ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ କ୍ଷୀରର ମାନ ପରୀକ୍ଷା କରିଥିଲା। ୧୯୨ଟି ନମୁନାରୁ ୨୩ଟି ନମୁନା ଆବଶ୍ୟକ ଗୁଣବତ୍ତା ପୂରଣ କରିବାରେ ବିଫଳ ହୋଇଥିଲା।

ଓଡ଼ିଶା ସମେତ ଚଣ୍ଡିଗଡ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ଝାଡ଼ଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଖାଦ୍ୟର ମାନ ନିମ୍ନ ରହିଛି ବୋଲି ଜଣାପଡ଼ିଛି।



from Odisha Reporter https://ift.tt/35IZ5u3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages