‘ଯଦି ସାହସ ଅଛି, ରାନୁ ମଣ୍ଡଳଙ୍କ ପରି ହେୟାର୍‌ ଷ୍ଟାଇଲ୍‌ କରି ଦେଖାଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 28, 2019

‘ଯଦି ସାହସ ଅଛି, ରାନୁ ମଣ୍ଡଳଙ୍କ ପରି ହେୟାର୍‌ ଷ୍ଟାଇଲ୍‌ କରି ଦେଖାଅ’

ମୁମ୍ୱାଇ: କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ଜଣେ ବ୍ୟସ୍ତ କଳାକାର। ସେ ଫିଲ୍ମ ଶୁଟିଂ ଓ ପ୍ରୋମୋସନ୍‌ରେ ବ୍ୟସ୍ତ ରହୁଛନ୍ତି। ସେ କରନ୍‌ ଜୋହର୍‌ଙ୍କ ଫିଲ୍ମ ‘ଦୋସ୍ତାନା ୨’ର ଶୁଟିଂ ସହିତ ଡିସେମ୍ବରରେ ରିଲିଜ୍ ହେବାକୁ ଥିବା ‘ପତି ପତ୍ନୀ ଔର୍‌ ୱୋ’ର ପ୍ରୋମୋସନ୍‌ରେ ବ୍ୟସ୍ତ ଅଛନ୍ତି।  ତେବେ ଯେତେ ବ୍ୟସ୍ତତା ଭିତରେ ରହିଲେ ମଧ୍ୟ କାର୍ତ୍ତିକ ତାଙ୍କର ପ୍ରଶଂସକଙ୍କୁ ସୋଶାଲ୍ ମିଡିଆରେ ନିଜର ଅପ୍‌ଡେଟ୍‌ ଖବର ଦେବା ପାଇଁ ଟିକେ ହେଲେ ହେଳା କରନ୍ତି ନାହିଁ। ତା’ସହିତ ସେ ଅନ୍ୟାନ୍ୟ ପୋଷ୍ଟ ମଧ୍ୟ କରନ୍ତି। ଏବେ ସେ ନିଜ ହେୟାର୍‌ ଷ୍ଟାଇଲିଷ୍ଟଙ୍କୁ ନେଇ ସୋଶାଲ ମିଡିଆରେ ଏକ ଭିଡିଓ ଶେଆର୍‌ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କ ହେୟାର୍‌ ଷ୍ଟାଇଲିଷ୍ଟ ତାଙ୍କ କେଶକୁ ସଜାଡ଼ିବାରେ ବ୍ୟସ୍ତ ଅଛନ୍ତି। ଏହି ଭିଡିଓକୁ ପୋଷ୍ଟ କରି କାର୍ତ୍ତିକ ମଜାଳିଆ କ୍ୟାପସନ୍‌ ଦେଇ ଲେଖିଛନ୍ତି, ‘ମୋ ବାଳ କଳାକାର’।

View this post on Instagram

Mera baal Kalakar @milankepchaki #HairLikeKartikAaryan

A post shared by KARTIK AARYAN (@kartikaaryan) on

ଭିଡିଓଟିକୁ ସେ ସୋଶାଲ୍ ମିଡିଆରେ ପୋଷ୍ଟ୍ କରିବା ମାତ୍ରେ କାର୍ତ୍ତିକଙ୍କ ଫ୍ୟାନ୍‌ମାନେ ମଜାଳିଆ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର କମେଣ୍ଟ ଦେଇ ଲେଖିଛନ୍ତି, ‘ସାହସ ଅଛି ଯଦି ରାତାରାତି ଷ୍ଟାର୍‌ ହୋଇଥିବା ରାନୁ ମଣ୍ଡଳଙ୍କ ପରି ହେୟାର୍‌ ଷ୍ଟାଇଲ କରି ଦେଖାଅ। ତା’ହେଲେ ଆମେ ଜାଣିବୁ।’

ସେହିପରି ଅନ୍ୟ ଜଣେ ୟୁଜର ମଜାଳିଆ ଢଙ୍ଗରେ ଲେଖିଛନ୍ତି, ‘କାର୍ତ୍ତିକ ଭାଇ ଯେପରି ଚନ୍ଦା ନ ହୋଇଯିବେ, ଦେଖିକି ହେୟାର୍‌ ଷ୍ଟାଇଲ କର।’

ସୂଚନାଯୋଗ୍ୟ, କାର୍ତ୍ତିକ ସୋଶାଲ ମିଡିଆରେ ଫ୍ୟାନ୍‌ଙ୍କ ସହିତ ମଜାମସ୍ତି କରିବା ଦେଖିବାକୁ ମିଳିଥାଏ। ତାଙ୍କର ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର୍‌ ୱୋ’ ପୁରୁଣା ଫିଲ୍ମର ରିମେକ୍‌।

 



from Odisha Reporter https://ift.tt/35KveRW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages