ମୁମ୍ୱାଇ: ଏନସିପି ନେତା ଅଜିତ ପାଓ୍ୱାର ବିଜେପିକୁ ସମର୍ଥନ କରିବା ପରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡ଼ନାଭିସ। ଅଜିତଙ୍କ ଏହି ନିଷ୍ପତ୍ତିକୁ ଶିବସେନା, କଂଗ୍ରେସ ଓ ଏନସିପି ବିଶ୍ୱାସଘାତକ ବୋଲି କହିଛି। ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି, ଏହା ଅଜିତଙ୍କ ବ୍ୟକ୍ତିଗତ ମତ। ବିଧାୟକ ମାନେ ମୋ ସହିତ ଅଛନ୍ତି। ସେହିପରି ଶରଦଙ୍କ ଝିଅ ତଥା ଅଜିତଙ୍କ ଭଉଣୀ ସାଂସଦ ସୁପ୍ରିୟା ସୁଲେ କହିଛନ୍ତି ଜୀବନରେ କାହାକୁ ଭରସା କରିବା, ଏଭଳି ଧୋକ୍କା କେବେ ମିଳି ନଥିଲା। ଅଜିତଙ୍କ ଏଭଳି ନିଷ୍ପତ୍ତି ଶରଦଙ୍କ ପରିବାରକୁ ଧୋକ୍କା ଦେଇଛି। ସେହିପରି ତାଙ୍କ ହ୍ୱାଟସ ଆପ ଷ୍ଟାଟସରେ ଲେଖିଛନ୍ତି, ‘ଦଳ ଏବଂ ପରିବାର ଭାଙ୍ଗିଲା’।
ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ସହ ପ୍ରେସମିଟ୍ କରି ଶରଦ କହିଛନ୍ତି, ଏନସିପିର ଅଧିକାଂଶ ବିଧାୟକ ମୋ ସପକ୍ଷରେ ରହିଛନ୍ତି। ଆଗାମୀ ଦିନରେ ଶିବସେନା-ଏନସିପି-କଂଗ୍ରେସ ସରକାର ଗଠନ ହେବ। ଏନସିପି ବିଧାୟକ ଦଳର ନେତା ଭାବରେ ଅଜିତଙ୍କ ପାଖରେ ସମସ୍ତ ବିଧାୟକଙ୍କ ହସ୍ତକ୍ଷାର ଥିଲା ବୋଲି ସେ ରାଜ୍ୟପାଳଙ୍କ ପାଖରେ ସେହି ହସ୍ତାକ୍ଷରୁ କାଗଜକୁ ଦେଖାଇଛନ୍ତି। ଯେଉଁ ଏନିସିପି ବିଧାୟକ ବିଜେପି ସହ ଯିବା ପାଇଁ ଚେଷ୍ଚା କରିବେ ତାଙ୍କୁ ମଧ୍ୟ ଦଳ ଚେତାବନୀ ଦେଇଛି। ଦଳର ସଂସଦୀୟ ବୋର୍ଡ ବସିବା ପରେ ଅଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶରଦ ପାଓ୍ୱାର କହିଛନ୍ତି।
ସୂଚନାଯୋଗ୍ୟ, ଅକ୍ଚୋବର ୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ସହଯୋଗୀ ଶିବସେନା ସହମତି ପ୍ରକାଶ ନକରିବାରୁ ବିଜେପି ସରକାର ଗଢ଼ିବ ନାହିଁ ବୋଲି ଘୋଷଣା କରିଥିଲା। ଏହାପରେ ଶିବସେନା ବିରୋଧୀ ଦଳ ଏନସିପି-କଂଗ୍ରେସ ସହ ମିଶି ସରକାର ଗଢ଼ିବ ବୋଲି ଘୋଷଣା କରିଥିଲା। ଏମିତିକି କମନ ମିନିମମ ପ୍ରୋଗ୍ରାମ୍ ବୈଠକ ସରିଥିଲା। ଆଜି ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ଭେଟି ସରକାର ଗଢ଼ିବା ପାଇଁ ତିନି ଦଳ ମିଶି ପ୍ରସ୍ତାବ ଦେଇଥାନ୍ତେ। ହେଲେ ସକାଳ ସକାଳୁ ଏନସିପି ନେତା ଅଜିତ ପାଓ୍ୱାର ରାଜଭବନ ଯାଇ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ କରିଛନ୍ତି। ସେହିପରି ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କ ରାଜ୍ୟରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
from Odisha Reporter https://ift.tt/37yXA3h
No comments:
Post a Comment