ଜ୍ୟାକ୍‌ଲିନ୍‌ ଓ ଭିକ୍କି ସବୁଠୁ ଖରାପ କୋ-ଷ୍ଟାର୍‌: ତାପସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 23, 2019

ଜ୍ୟାକ୍‌ଲିନ୍‌ ଓ ଭିକ୍କି ସବୁଠୁ ଖରାପ କୋ-ଷ୍ଟାର୍‌: ତାପସୀ

ମୁମ୍ବାଇ: ଅଭିନୟ ବ୍ୟତୀତ ତାପସୀ ପନ୍ନୁ ସବୁବେଳେ ନିଜର ବେଫିକର୍‌ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହନ୍ତି। ଏବେ ମଧ୍ୟ ସେମିତି ଏକ ମନ୍ତବ୍ୟ ପାଇଁ ସେ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ ଏକ ଟକ୍‌ ଶୋ’ରେ ସେ ଭିକ୍କି କୌଶଲ୍‌ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌ଙ୍କୁ ନେଇ ଦେଇଥିବା ପ୍ରତିକ୍ରିୟା ପାଇଁ ଚର୍ଚ୍ଚାରେ ରହିଛନ୍ତି।

ଅଭିନେତ୍ରୀ ନେହା ଧୂପିଆଙ୍କ ଏହି ଟକ୍ ଶୋ’ରେ ତାପସୀଙ୍କୁ ପଚରା ଯାଇଥିଲା ଯେ ଏଯାବତ୍ ବଲିଉଡ୍‌ରେ ତାଙ୍କର ସବୁଠୁ ଖରାପ କୋ-ଷ୍ଟାର୍ କିଏ? ଏହାର ଜବାବରେ ସେ ଜ୍ୟାକ୍‌ଲିନ୍ ଓ ଭିକ୍କିଙ୍କ ନାଁ ନେଇଥିଲେ। କିନ୍ତୁ ତାଙ୍କର ଏଭଳି ଉତ୍ତର ପଛରେ ଥିଲା ମଜାଦାର କାରଣ।

ତାପସୀ କହିଥିଲେ ଯେ ଜ୍ୟାକଲିନ୍‌ ବହୁତ ସୁନ୍ଦର ଓ ହଟ୍‌। ଜ୍ୟାକ୍‌ଲିନ୍‌ଙ୍କ ଭଳି ସୁନ୍ଦର ଦେଖାଯିବା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼େ। ସେହିପରି ଭିକ୍କି ପ୍ରତ୍ୟେକ ସିନ୍‌କୁ ଏତେ ଭଲ ଭାବେ କରନ୍ତି ଯେ ତାଙ୍କ ମୁକାବିଲା କରିବା ବହୁତ କଷ୍ଟକର ହୋଇପଡ଼େ।

ସୂଚନାଯୋଗ୍ୟ, ତାପସୀ ଓ ଜ୍ୟାକ୍‌ଲିନ୍‌ ଫିଲ୍ମ ‘ଜୁଡ଼ୱା ୨’ରେ ଏକାଠି ଅଭିନୟ କରିଥିଲେ। ଏଥିରେ ବରୁଣ ଧୱନ୍‌ ଲିଡ୍‌ ରୋଲ୍‌ରେ ଥିଲେ। ସେହିପରି ଭିକ୍କିଙ୍କ ସହ ସେ ଫିଲ୍ମ ‘ମନମର୍ଜିୟାଁ’ରେ ଅଭିନୟ କରିଥିଲେ। ତାପସୀ ବର୍ତ୍ତମାନ ତାଙ୍କ ଫିଲ୍ମ ‘ଷାଣ୍ଡ କୀ ଆଁଖ୍’ର ସଫଳତାକୁ ସେଲେବ୍ରେଟ୍‌ କରୁଛନ୍ତି। ଆସନ୍ତା ବର୍ଷ ତାଙ୍କୁ ଅନୁଭବ ସିହ୍ନାଙ୍କ ଫିଲ୍ମ ‘ଥପ୍ପଡ଼’ରେ ଦେଖିବାକୁ ମିଳିବ।



from Odisha Reporter https://ift.tt/2KNeBgy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages