ଗଦି ଉପରେ ଲାପଟପ ରଖି ବ୍ୟବହାର କରିବା ପଡ଼ିଲା ମହଙ୍ଗା, ବର୍ତ୍ତିଗଲେ ଇଞ୍ଜିନିୟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 26, 2019

ଗଦି ଉପରେ ଲାପଟପ ରଖି ବ୍ୟବହାର କରିବା ପଡ଼ିଲା ମହଙ୍ଗା, ବର୍ତ୍ତିଗଲେ ଇଞ୍ଜିନିୟର

ଗାଜିଆବାଦ: କାମ ଶେଷ ହେବାପରେ ଲାପଟପକୁ ବନ୍ଦ ନକରି ଯଦି ଖୋଲା ରଖୁଛନ୍ତି ତାହାଲେ ସାବଧାନ ହୋଇଯାନ୍ତୁ। କାରଣ କୌଣସି ମୁହୂର୍ତ୍ତରେ ଆପଣ ମଧ୍ୟ ଉତ୍ତର ପ୍ରଦେଶ ଗାଜିଆବାଦରେ ସଫ୍ଟଓ୍ୱୟାର ଇଞ୍ଜିନିୟର ରାହୁଲ କୁମାରଙ୍କ ସହ ଘଟିଥିବା ଘଟଣାକୁ ସାମ୍ନା କରିପାରନ୍ତି।

ନୋଏଡ଼ା ସେକ୍ଟର ୬୨ରେ ଏକ ନେଟଓ୍ୱର୍କ କମ୍ପାନୀରେ କାମ କରନ୍ତି ରାହୁଲ। ରାତିରେ ଘରକୁ ଆସି ରାହୁଲ ଖଟ ଉପରେ ପଡ଼ିଥିବା ଗଦିରେ ଲାପଟପ ରଖି ଅଫିସର ବାକି କାମ କରୁଥିୁଲେ। ହେଲେ ନିଦ ଲାଗିବାରୁ ଲାପଟପକୁ ସ୍ଲିପ ମୋଡ଼ରେ ଛାଡ଼ିଦେଇ ଅନ୍ୟ ଘରେ ଶୋଇ ପଡ଼ିଥିଲେ। ସକାଳ ୮ଟା ୩୦ରେ ସେ ଶୋଇଥିବା ବେଳେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ଏହାପରେ ସେ ଲାପଟପ ରଖିଥିବା ଘରକୁ ଆସି ଦେଖିଥିଲେ ସମସ୍ତ ଜିନିଷରେ ନିଆଁ ଲାଗିଯାଇଛି। ଖଟରେ ନିଆଁ ଲାଗିଥିବାରୁ ଲାପଟପ ସହିତ ସମସ୍ତ ଜିନିଷ ଜଳି ପାଉଁଶ ହୋଇଯାଇଛି। ପ୍ରବଳ ଧୂଆଁ ବାହାରିବାରୁ ସେ ଅଣ ନିଶ୍ୱାସୀ ହୋଇପଡ଼ିଥିଲେ। ପରେ ଗାଧୋଇବା ଧରର କାଚ ଭାଙ୍ଗି ୬ ନମ୍ୱର କୋଠାକୁ ଓହ୍ଲାଇଥିଲେ ରାହୁଲ। ସେଠାରେ ପଡ଼ୋଶୀଙ୍କୁ ନିଆଁ ଲାଗିବା ବାବଦରେ ଖବର ଦେବା ପରେ ଦମକଳ ଗାଡି ଆସି ନିଆଁକୁ ଲିଭାଇଥିଲା।

ଲାପଟପ ବ୍ୟବହାର ବେଳେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

  • ଖଟ କିମ୍ୱା ଗଦି ଉପରେ ଲାପଟପ ରଖି ବ୍ୟବହାର କରନ୍ତୁ ନାହିଁ। କାରଣ ଗଦିରେ ଥିବା ଧୂଳି ଲାପଟପର କୁଲିଂ ଫ୍ୟାନ ସଂସ୍ପର୍ଶରେ ଆସିବା ପରେ ଲାପଟପ ଗରମ ହୋଇଯାଇଥାଏ। ଏଥିସହ ଲାପଟପରୁ ବାହାରୁଥିବା ଗରମ ଧୂଆଁ ଗଦିରେ ମିଶିଯାଇଥାଏ। ତେଣୁ ଉଭୟ ଗଦି ଓ ଲାପଟପ ଗରମ ହୋଇଯାଇଥାଏ। ଯାହାକି ବିପଦଜନକ।
  • ଲାପଟପରେ କାମ ନଥିଲେ ସମ୍ପୂର୍ଣ୍ଣ ବନ୍ଦ କରି ଦିଅନ୍ତୁ।
  • ଲାପଟପକୁ ଚାର୍ଜରେ ବସାଇ କୁଆଡ଼େ ଯାଆନ୍ତୁ ନାହିଁ। କାରଣ ୧୦୦ ପ୍ରତିଶତ ଚାର୍ଜରୁ ଅଧିକ ଚାର୍ଜ ହେଲେ ବିପଦ ରହିଛି।
  • ବ୍ୟାଟେରୀ ଖରାପ ଥିଲେ ତୁରନ୍ତୁ ବଦଳ କରନ୍ତୁ।


from Odisha Reporter https://ift.tt/2qOJHh0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages