ମୁମ୍ବାଇ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ବାୟୋପିକ୍ ‘ଥଲାଇଭି’କୁ ନେଇ ଏବେ କଙ୍ଗନା ରାଣାଓ୍ୱତ୍ ଭାରି ବ୍ୟସ୍ତ। ସେ ଫିଲ୍ମରେ ନିଜର ୧୦୦ ପ୍ରତିଶତ ଦେବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ନିକଟରେ ଫିଲ୍ମରେ ତାଙ୍କର ଲୁକ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଫାଷ୍ଟ୍ ଲୁକ୍ ରିଲିଜ୍ ହେବାମାତ୍ରେ ହିଁ ଦର୍ଶକ କଙ୍ଗନାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଥିଲେ। ଆଉ ଏବେ କଙ୍ଗନା ଏହି ଲୁକ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି।
The legend we know, but the story that is yet to be told!
Presenting #KanganaRanaut, in & as #Thalaivi. A film by #Vijay, arriving in cinemas on 26th June, 2020 pic.twitter.com/xw9lgujUMn— Rangoli Chandel (@Rangoli_A) November 23, 2019
ଏକ ସାକ୍ଷତ୍କାରରେ ସେ କହିଛନ୍ତି ଯେ ଏହି ଫିଲ୍ମରେ ଜୟଲଳିତାଙ୍କ ପରି ଦେଖାଯିବା ପାଇଁ ସେ ହର୍ମୋନ୍ ଟାବ୍ଲେଟ୍ ଖାଉଥିଲେ। ଜୟଲଳିତା ଯେତେବେଳେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଥିଲେ ବହୁତ ସ୍ଲିମ୍ ଥିଲେ। ତେଣୁ ଫିଲ୍ମର ପ୍ରଥମ ଭାଗରେ ତାଙ୍କ ଲୁକ୍ ମଧ୍ୟ ବେଶ୍ ସ୍ଲିମ୍ ରହିଛି। କିନ୍ତୁ ଯେତେବେଳେ ଜୟଲଳିତା ରାଜନୀତିରେ ପ୍ରବେଶ କଲେ ସେତେବେଳକୁ ପୂରାପୂରି ଅଲଗା ଦେଖାଯାଉଥିଲେ। ଫଳରେ ଫିଲ୍ମରେ ତାଙ୍କ ଲୁକ୍ରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ ପଡ଼ୁଥିଲା। ତେଣୁ ଅବିକଳ ଜୟଲଳିତାଙ୍କ ଭଳି ଦିଶିବା ପ୍ରଚେଷ୍ଟାରେ ସେ ଓଜନ ବଢ଼ାଇବାକୁ ସ୍ୱତନ୍ତ୍ର ଖାଦ୍ୟ ଖାଇବା ସହ ହର୍ମୋନ ଟାବ୍ଲେଟ୍ ମଧ୍ୟ ଖାଉଥିଲେ।
ହର୍ମୋନ ଟାବ୍ଲେଟ୍ ଖାଇବା ନେଇ କଙ୍ଗନା ଆହୁରି କହିଛନ୍ତି, “ଏହାର ବହୁତ ଆବଶ୍ୟକତା ଥିଲା। କାରଣ ମୋତେ ଟିକେ ହୃଷ୍ଟପୃଷ୍ଟ ଦେଖାଯିବାର ଥିଲା। ମୁଁ ଡେଙ୍ଗା ଓ ପତଳା। ତା’ସହିତ ମୋର ମୁହଁ ଗୋଲ୍ ନୁହେଁ। ତେଣୁ ଜୟଲଳିତାଙ୍କ ଭଳି ଦେଖାଯିବାକୁ ମୋତେ ହରମୋନ୍ ପିଲ୍ ନେବାକୁ ପଡ଼ିଥିଲା।”
Please watch the teaser of most anticipated film of next year #Thalaivi releasing on #June26th2020 🙏 https://t.co/GYyWLpq4gB
— Rangoli Chandel (@Rangoli_A) November 23, 2019
ସୂଚନାଯୋଗ୍ୟ, ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍ର ନାଁ ତାମିଲ୍ରେ ‘ଥଲାଇଭି’ ଓ ହିନ୍ଦୀରେ ‘ଜୟା’ ରଖାଯାଇଛି। ଫିଲ୍ମଟି ଏ. ଏଲ୍ ବିଜୟଙ୍କ ନିର୍ଦ୍ଦେଶନାରେ ତିଆରି ହେଉଛି। ଏହା ଆସନ୍ତାବର୍ଷ ପରଦାକୁ ଆସିବ।
from Odisha Reporter https://ift.tt/2XP3ZCY
No comments:
Post a Comment