ଆସନ୍ତାକାଲିଠୁ ବଲାଙ୍ଗିର ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 18, 2019

ଆସନ୍ତାକାଲିଠୁ ବଲାଙ୍ଗିର ବନ୍ଦ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବିଭିନ୍ନ ଦାବି ନେଇ ଵଲାଙ୍ଗିର ଆକ୍ସନ କମିଟି ୨୦ ଓ ୨‍୧ ତାରିଖ ଦୁଇ ଦିନ ଧରି ବଲାଙ୍ଗିର ବନ୍ଦ ଡାକରା ଦେଇଛି। କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ୍‌ , ବୀମା ଅଫିସ୍‌ ଓ ବ୍ୟାଙ୍କ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଦୋକାନ ବଜାର, ସ୍କୁଲ,କଲେଜ ଓ ଗାଡ଼ି ଚଳାଚଳକୁ ବନ୍ଦରୁ ବାଦ ଦିଆଯାଇଛି।

ଜିଲ୍ଲାର ଶତାଧିକ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ବଲାଙ୍ଗିର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଶୀଘ୍ର ପ୍ରତିଷ୍ଠା, ଲୋୟର ସୁକତେଲ ବିସ୍ଥାପିତଙ୍କୁ ଉଚିତ କ୍ଷତି ପୂରଣ ସହ ଥଇଥାନ କରି ପ୍ରକଳ୍ପ କାମ ଆରମ୍ଭ କରିବା ଏବଂ ଶୀଘ୍ର ବାଏପାସ୍‌ ରାସ୍ତା ନିର୍ମାଣ କରିବା ପାଇଁ ଦାବି କରି ବଲାଙ୍ଗିର ଆକ୍ସନ କମିଟି  ଆନ୍ଦୋଳନ କରିବ।



from Odisha Reporter https://ift.tt/342NdTs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages