ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଏକ ହୋଟେଲରେ ପ୍ଲାଷ୍ଟିକ ଅଣ୍ଡା ତରକାରୀ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଗତକାଲି ସହରର ନୂଆଁପଡ଼ାରେ ରହୁଥିବା ବିଦ୍ୟୁତ୍ ବିଭାଗର କର୍ମଚାରୀ ସୁନିଲ କୁମାର ସାହୁ ଏକ ହୋଟେଲରୁ ଖାଇବା ପାଇଁ ଦୁଇଟି ଅଣ୍ଡା ତରକାରୀ ଆଣିଥିଲେ। ମାତ୍ର ଅଣ୍ଡା କେଶରକୁ ସେ ଖାଇବା ପରେ ଏହା ରବର ଭଳି ଲମ୍ୱିଥିଲା। ଅଣ୍ଡାକୁ ହାତରେ ଛିଣ୍ଡାଇଲେ ମଧ୍ୟ ତାହା ରବର ଭଳିଆ ଦୋହଳିଥିଲା। ଏହି ଘଟଣା ଜଣାପଡ଼ିବା ପରେ ସାଧାରଣ ଲୋକେ ଆତଙ୍କିତ ହୋଇ ପଡିଛନ୍ତି।
ଏନେଇ ବିଦ୍ୟୁତ୍ ବିଭାଗ କର୍ମଚାରୀ ସୁନିଲ କୁମାର ସାହୁ କହିଛନ୍ତି,“ ପ୍ଲାଷ୍ଟିକ୍ ଅଣ୍ଡା ସମ୍ପର୍କରେ ମୁଁ ଆଗରୁ ଶୁଣିଥିଲି। ଏଥିସହ ଟେଲିଭିଜନ୍ରେ ଦେଖିଥିଲି। ତେବେ ଘରେ ଗ୍ୟାସ୍ ସରି ଯାଇଥିବାରୁ ତହସିଲ ଅଫିସ୍ ଛକରେ ଥିବା ହୋଟେଲରୁ ଅଣ୍ଡା ତରକାରୀ କିଣି ଘରକୁ ଆଣିଥିଲି। ହେଲେ ଘରେ ଅଣ୍ଡା କେଶର ଖାଇଲା ସମୟରେ ତାହା ଇଲା ଷ୍ଟିକ୍ ଭଲି ଲମ୍ୱିଲା କିନ୍ତୁ ଛିଡ଼ିଲା ନାହିଁ।”
from Odisha Reporter https://ift.tt/2OnqSJD
No comments:
Post a Comment