କଥା କହୁଥିଲେ ସରିବନି ,ପଢ଼ନ୍ତୁ ଅଶୋକଙ୍କ ରିଲ୍‌ ଓ ରିଅଲ କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 25, 2019

କଥା କହୁଥିଲେ ସରିବନି ,ପଢ଼ନ୍ତୁ ଅଶୋକଙ୍କ ରିଲ୍‌ ଓ ରିଅଲ କାହାଣୀ

ଅନୁଗୋଳ(ବିରଜା ଦାଶ):ବଳିଷ୍ଠ ଅଭିନୟ ଜରିଆରେ ଅଭିନୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ଅଶୋକ ଦାସ ଆଜି ଜଣେ ସଫଳ ଦୁଗ୍ଧ ଚାଷୀ  ତାହା ହୁଏତ ଅଧିକାଂଶ ଲୋକ ଜାଣିନଥିବେ । ଅଭିନୟ ସହ ଗୋପାଳନ ତାଙ୍କର ନିଶା ଓ ପେଶା । ପରଦାରେ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିବା ଅଭିନେତା ଅଶୋକ ଜଣେ ବେଶ ଜଣାଶୁଣା ଦୁଗ୍ଧ ଚାଷୀ ହୋଇପାରିଛନ୍ତି।

ଅଭିନୟ ଓ ଗୋପାଳନକୁ  ନିଶାରୂପେ ଗ୍ରହଣ କରିଥିବା ଅଶୋକଙ୍କ ଗୋପାଳନ ଯେ ପରବର୍ତୀ ମୁହୂର୍ତ୍ତରେ ପେଶା ହୋଇଯିବ ତାହା ସେ ବି ଜାଣିନଥିଲେ।

୧୯୮୬-୮୭ରେ ମାତ୍ର କେତୋଟି ଗାଈକୁ ନେଇ ଅନୁଗୋଳ ଅମଲାପଡ଼ାରେ ଆରମ୍ଭ କରିଥିଲେ ଗୋପାଳନ କାର୍ଯ୍ୟ । ପରେ ଶାକୋସିଂହାରେ ନେଇଛି ଡାଏରୀ ଫାର୍ମର ରୂପ ।  ୫୦ରୁ ଅଧିକ ଗାଈ ରଖି ଦୈନିକ ପ୍ରାୟ ୩୦୦ ଲିଟର କ୍ଷୀର ଉତ୍ପାଦିତ ସେ କରିଥାନ୍ତି । ଏହାଦ୍ୱାରା ସେ ଅନେକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ଗାଈଙ୍କ ଖାଦ୍ୟ ପାଇଁ ୧୬ ଏକର ଜମିରେ ଘାସ ଚାଷ କରିଛନ୍ତି । ଅଭିନୟ ସହ ଗୋପାଳନ କରି ବେଶ ଖୁସି ଅନୁଭବ କରୁଥିବା ସେ କହିଛନ୍ତି ।

ଅଶୋକଙ୍କ ଫାର୍ମରୁ ଉତ୍ପାଦିତ ଖାଣ୍ଟି କ୍ଷୀରର ଅନୁଗୋଳରେ ବେଶ ଚାହିଦା ରହିଛି।  ସେଥିପାଇଁ  ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଅମଲାପଡ଼ା ଘର ଆଗରେ ଲୋକଙ୍କ ଭିଡ଼ ଜମିଥାଏ।  ସେପଟେ ୧୯୯୨ ମସିହାରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ଅଶୋକ ଦାସ ଏହା ପରଠୁ ସେ ଆଉ କେବେବି ପଛକୁ ଫେରିନାହାନ୍ତି । ପରଦାରେ ଶ୍ରେଷ୍ଠ ଅଭିନୟ ପାଇଁ ସେ ଅନେକ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।



from Odisha Reporter https://ift.tt/35AuCOG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages