ମୁମ୍ବାଇ: ଟେଲିଭିଜନ୍ ରିଆଲିଟି ଶୋ’ ‘ବିଗ୍ ବସ୍ ୧୩’ ଏବେ ଟକ୍ ଅଫ୍ ଦ ଟାଉନ୍ ହୋଇଯାଇଛି। ଅନେକ ଦିନରୁ ଟିଆରପି ପାଇଁ ସଂଘର୍ଷ କରୁଥିବା ଶୋ’ ଏବେ ଟିଆର୍ପି ଲିଷ୍ଟର ଟପ୍ ୧୦ରେ ସାମିଲ୍ ହୋଇସାରିଛି। ବର୍ତ୍ତମାନ ଘର ଭିତରେ ଅନେକ ପ୍ରତିଯୋଗୀଙ୍କ ମଧ୍ୟରେ ଜବରଦସ୍ତ କଳି ଝଗଡ଼ା ଦେଖିବାକୁ ମିଳୁଛି। ଏସମସ୍ତଙ୍କ ଭିତରେ ଶୋ’ ଆରମ୍ଭରୁ ପରସ୍ପରର ଶତ୍ରୁ ସାଜିଥିବା ସିଦ୍ଧାର୍ଥ ଶୁକ୍ଲା ଓ ରଶ୍ମି ଦେଶାଇଙ୍କ ଝଗଡ଼ା ସବୁଠୁ ଅଧିକ ଚର୍ଚ୍ଚାରେ ରୁହେ। ହେଲେ ଏବେ ଶୋ’ରେ ଦେଖିବାକୁ ମିଳିଛି ଏହି ଜାନି ଦୁଶ୍ମନ୍ ଯୋଡ଼ିଙ୍କ ଭିତରେ ରୋମାନ୍ସ।
ସିଦ୍ଧାର୍ଥ ଓ ରଶ୍ମି ରୋମାନ୍ସ କରୁଥିବାର ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପରସ୍ପରର ମୁହଁ ଦେଖିବାକୁ ଚାହୁଁନଥିବା ଏହି ଦୁଇଜଣଙ୍କ ଭିତରେ ରୋମାନ୍ସର ଟ୍ରାକ୍ କେମିତି ଆସିଲା ତାହା ଦର୍ଶକଙ୍କ ମଧ୍ୟରେ ଉଙ୍କି ମାରିଛି ? ବାସ୍ତବରେ ଏ ଦୃଶ୍ୟ ହେଉଛି ଗତ କାଲି ଏପିସୋଡ୍ର।
ଏପିସୋଡ୍ ପୂର୍ବରୁ ୧୩’ ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଶୋ’ର ଏକ ନୂଆ ପ୍ରୋମୋ ପୋଷ୍ଟ ହୋଇଥିଲା । ସେଥିରେ ସିଦ୍ଧାର୍ଥ ଓ ରଶ୍ମି ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓର କ୍ୟାପସନ୍ରେ ଲେଖାଥିଲା, ‘ଦିଲ୍ ସେ ଦିଲ୍ ତକ୍, ବେଡ୍ରୁମ୍ରୁ ସ୍ୱିମିଂ ପୁଲ୍ ତକ୍ ଲାଗିବ ନିଆଁ, ସିଦ୍ଧାର୍ଥ ଓ ରଶ୍ମିଙ୍କ ଭିତରେ ରୋମାନ୍ସର ଚିଙ୍ଗାରୀ।’ ଏହି ଭିଡିଓଟି ଖୁବ୍ କମ ସମୟ ଭିତରେ ଭାଇରାଲ୍ ହୋଇଯାଇଥିଲା। ଭଲକଥା ହେଉଛି ଏମାନଙ୍କ ଭିଡିଓକୁ ସନା ଶୁଟ୍ କରୁଛନ୍ତି। ଏପରିକି ଦେବୋଲିନାଙ୍କୁ ମଧ୍ୟ ଏମାନଙ୍କ କେମେଷ୍ଟ୍ରି ବେଶ୍ ପସନ୍ଦ ଆସୁଛି। ସନା ଓ ଦେବୋଲିନା ଦୁଇଜଣ ଶୋ’ରେ ସିଦ୍ଧାର୍ଥଙ୍କ ଉପରେ ପୂରା ଫିଦା।
Dil se Dil tak, bedroom se swimming pool tak lagne wali hai @sidharth_shukla aur @TheRashamiDesai ke beech romance ki chingari! 🔥
Watch this tonight at 10:30 PM.Anytime on @justvoot. @Vivo_India @AmlaDaburIndia @bharatpeindia @BeingSalmanKhan #BiggBoss13 #SalmanKhan #SidRa pic.twitter.com/BiSkb2IKCG
— COLORS (@ColorsTV) November 24, 2019
ଜଣାଇ ଦେବାକୁ ଚାହୁଁ ଯେ ଏହା ହେଉଛି ଘର ଭିତରେ ଏକ ଟାସ୍କର ଦୃଶ୍ୟ। ଯେଉଁଥିରେ ସନା ନିର୍ଦ୍ଦେଶକ ସାଜିଛନ୍ତି ଓ ସିଦ୍ଧାର୍ଥ ଓ ରଶ୍ମିଙ୍କୁ ଏକ ରୋମାଣ୍ଟିକ୍ ସିନ୍ ଟାସ୍କ ଦେଇଛନ୍ତି । ଏହି ଯୋଡ଼ିଙ୍କୁ ଅନେକ ଦିନ ପରେ ଏକାଠି ଦେଖି କିଛି ଫ୍ୟାନ୍ସ ଖୁସି ହୋଇଥିବାବେଳେ କିଛି ଫ୍ୟାନ୍ସଙ୍କୁ ଏହା ଆଶ୍ଚର୍ଯ୍ୟ କରିଦେଇଛି। କାରଣ ଏମାନେ ଦୁଇଜଣ ସବୁବେଳେ ପରସ୍ପର ସହ ଝଗଡ଼ା କରିଥାନ୍ତି। ଏପରିକି ରଶ୍ମି ଅନେକ ଥର କହିଛନ୍ତି ଯେ ସେ ସିଦ୍ଧାର୍ଥଙ୍କୁ ଘୃଣା କରନ୍ତି।
from Odisha Reporter https://ift.tt/33j0Yw1
No comments:
Post a Comment