ଶ୍ରୀଦେବୀଙ୍କୁ ମିଳିଲା ଟଲିଉଡ୍‌ର ବଡ଼ ସମ୍ମାନ: କାନ୍ଦି ପକାଇଲେ ବୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 17, 2019

ଶ୍ରୀଦେବୀଙ୍କୁ ମିଳିଲା ଟଲିଉଡ୍‌ର ବଡ଼ ସମ୍ମାନ: କାନ୍ଦି ପକାଇଲେ ବୋନି

 

ମୁମ୍ବାଇ: ରେଖା ଓ ସ୍ୱର୍ଗତ ଶ୍ରୀଦେବୀଙ୍କୁ ମିଳିଲା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ସମ୍ମାନ। ଦକ୍ଷୀଣ ଭାରତୀୟ ଫିଲ୍ମ ଅଭିନେତା ତଥା ପ୍ରଯୋଜକ ପଦ୍ମଶ୍ରୀ ଅକ୍କିନେନି ନାଗେଶ୍ୱର ରାଓଙ୍କ ନାଁରେ ଦିଆଯାଉଥିବା ‘ANR ଆୱାର୍ଡ଼’ରେ ଏହି ଦୁଇ ଅଭିନେତ୍ରୀଙ୍କୁ ସମ୍ମାନିତ କରାଯାଇଛି।

ଦକ୍ଷୀଣ ଭାରତୀୟ ଫିଲ୍ମରେ ଅତୁଳନୀୟ ଅବଦାନ ଯୋଗୁ ରେଖା ଓ ଶ୍ରୀଦେବୀଙ୍କୁ ‘ANR ଆୱାର୍ଡ଼’ରେ ସମ୍ମାନିତ କରାଯାଇଛି। ରେଖା ନିଜେ ପହଞ୍ଚି ଏହି ଆୱାର୍ଡ଼ ନେଇଥିବାବେଳେ ଶ୍ରୀଦେବୀଙ୍କ ପାଇଁ ତାଙ୍କ ସ୍ୱାମୀ ବୋନି କପୁର ଏହି ଆୱାର୍ଡ଼ ନେବାକୁ ପହଞ୍ଚିଥିଲେ।

ଆୱାର୍ଡ଼ ନେବା ସମୟରେ ବୋନି କପୁର ଭାବୁକ ହୋଇପଡ଼ିଥିଲେ। ସେ ମଞ୍ଚରେ ସମସ୍ତଙ୍କୁ ସମ୍ବୋଧିତ କରିଥିଲେ ଓ ଶ୍ରୀଦେବୀଙ୍କ ବିଷୟରେ କହିଥିଲେ। ଇଭେଣ୍ଟରେ ଶ୍ରୀଦେବୀଙ୍କର ଚାଇଲ୍ଡ ଆର୍ଟିଷ୍ଟ କ୍ୟାରିୟରରୁ ବଲିଉଡ୍‌ ପର୍ଯ୍ୟନ୍ତ ଯାତ୍ରାକୁ ଦେଖାଯାଇଥିଲା। ଏହି ସମୟରେ ବୋନିଙ୍କ ଆଖି ଲୁହରେ ଭରିଯାଇଥିଲା ଓ ଏକ ପ୍ରକରର ଦୁଃଖର ମୋହୋଲ ସୃଷ୍ଟି ହୋଇଯାଇଥିଲା। ଅଭିନେତ୍ରୀ ରେଖା ମଧ୍ୟ ଆୱାର୍ଡ଼ ନେବା ସମୟରେ ଶ୍ରୀଦେବୀଙ୍କ ବିଷୟରେ କହିଥିଲେ।

ଫିଲ୍ମ ‘ରିକ୍ସା ମାମା’ରୁ ଚାଇଲ୍ଡ ଆର୍ଟିଷ୍ଟ ଭାବେ କାମ ଆରମ୍ଭ କରିଥିବା ଶ୍ରୀଦେବୀ ତମିଲ୍ ଫିଲ୍ମ ‘କଢ଼ଲ୍‌ ଭାଇରସ୍‌’ ଜରିଆରେ ଟଲିଉଡ୍ ଇଣ୍ଡଷ୍ଟ୍ରିରେ ଲିଡ୍‌ ହିରୋଇନ୍‌ ଭାବେ ଡେବ୍ୟୁ କରିଥିଲେ। ଏହାପରେ ସେ ସାଉଥ୍ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତାଙ୍କ ସହ କାମ କରିଥିଲେ। ଟଲିଉଡ୍‌ରେ ସେ ପାଖାପାଖି ୨୦ଟି ଫିଲ୍ମରେ କାମ କରିଛନ୍ତି। ଶ୍ରୀଦେବୀଙ୍କର ମୃତ୍ୟୁ ଗତ ୨୦୧୮ ପେବୃଆରୀ ୨୪ରେ ହୋଇଥିଲା।

 



from Odisha Reporter https://ift.tt/2QtmpI4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages