ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘରେ ନିଆଁ ଲାଗିବାରୁ ପୂଜା ସାମଗ୍ରୀ, ରୁପା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି।
ଗତକାଲି ବିଳମ୍ୱିତ ରାତିରେ ଭଣ୍ଡାର ଘରେ ହୁହୁ ହୋଇ ନିଆଁ ଜଳୁଥିବାର ମନ୍ଦିରର ରାତି ଜଗୁଆଳି ଦେଖିବାକୁ ପାଇଥିଲେ। ଏନେଇ ସେବାୟତ ଓ ଧାମନଗର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାପରେ ସେବାୟତ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।
from Odisha Reporter https://ift.tt/33KRyua
No comments:
Post a Comment