ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଅଟୋମୋବାଇଲ୍ କମ୍ପାନୀ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ବଜାରକୁ ପ୍ରଥମ ବିଏସ ୬ ଭର୍ସନର ବାଇକ୍ ଛାଡ଼ିଛି। ବଜାରରେ ହୋଣ୍ଡାର ଅନେକ ଗାଡ଼ି ରହିଛି। ହେଲେ ପ୍ରଥମେ ସିବି ସାଇନ୍ ଏସପି (୧୨୫ ସିସି) ମଡେଲର ବିଏସ ୬ ଭର୍ସନର ଗାଡ଼ି ବଜାରକୁ ଛାଡ଼ିଛି କମ୍ପାନୀ। ସମାନ ମଡେଲର ଦୁଇଟି ଭିନ୍ନ ଫିଚର ସହ ହୋଣ୍ଡା ଏହି ଗାଡ଼ିକୁ ବଜାରକୁ ଛାଡ଼ିଛି। ଗୋଟିଏ ମଡେଲରେ ଡ୍ରମ ବ୍ରେକିଂ ସିଷ୍ଟମ ରହିଛି। ଅନ୍ୟଟିରେ ଆଗ ଚକରେ ଡିସ୍କ ବ୍ରେକ ସହିତ ସିବିଏସ ବ୍ରେକିଂ ସିଷ୍ଟମ ରହିଛି। ଏହି ଗାଡ଼ିର ଦାମ ୭୨, ୯୦୦ ଟଙ୍କା ରହିଛି। ଯାହାକି, ବର୍ତ୍ତମାନ ବଜାରରେ ବିକ୍ରି ହେଉଥିବା ବିଏସ ୪ ଭର୍ସନର ସିବି ସାଇନର ଦାମଠୁ ୧୦ ପ୍ରତିଶତ ଅଧିକ ରହିଛି।
ସୂଚନାଯୋଗ୍ୟ, ୨୦୨୦ ଏପ୍ରିଲ ବେଳକୁ କେନ୍ଦ୍ର ସରକାର ସାରା ଦେଶରେ ବିଏସ ୬ ନିୟମ ଲାଗୁ କରିବାର ଯୋଜନା ରଖିଛନ୍ତି। ହେଲେ ଏହାର ଯଥେଷ୍ଟ ସମୟ ଆଗରୁ ବଜାରକୁ ବିଏସ ୬ ବାଇକ୍ ଛାଡ଼ିଛି ଏହି କମ୍ପାନୀ। ଏହା ପୂର୍ବରୁ ହୋଣ୍ଡା ବିଏସ ୬ ଭର୍ସନର ଆକ୍ଟିଭା-୧୨୫ ସ୍କୁଟି ବଜାରକୁ ଛାଡ଼ିଛି। ଯାହାର ଦାମ, ବିଏସ ୪ ଆକ୍ଟିଭାଠୁ ୧୫ ପ୍ରତିଶତ ଅଧିକ ରହିଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଚଳିତ ମାସ ଶେଷ ସପ୍ତାହ ବେଳକୁ ହୋଣ୍ଡାର ସମସ୍ତ ଶୋ ରୁମରେ ଏହି ବିଏସ ୬ ମଡେଲର ସାଇନ୍ ବାଇକ୍ ଉପଲବ୍ଧ ହୋଇଯିବ। ଏହି ବାଇକର ମାଇଲେଜ ୧୬ ପ୍ରତିଶତ ଅଧିକ ରହିଛି ବିଏସ ୪ ତୁଳନାରେ ବୋଲି ଜଣାପଡ଼ିଛି। କମ୍ପାନୀ ଅନୁସାରେ ବିଏସ ୪ ମଡେଲର ସାଇନର ମାଇଲେଜ ୬୫ କିଲୋମିଟର ରହିଛି। ନୂଆ ସାଇଇନରେ ଏଲଇଡି ହେଡ୍ ଲାଇଟ୍ ସହିତ ଅନେକ ଫିଚର୍ସ ରହିଛି। ଇଞ୍ଜିନର କ୍ଷମତା ୧୦.୩୧ ବିଏଚପିରୁ ବଢ଼ି ୧୦.୮୮ ବିଏଚପି ହୋଇଛି।
from Odisha Reporter https://ift.tt/2qeRGDM
No comments:
Post a Comment