ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 23, 2019

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଅଣ୍ଡାଲପୁରୀ ଗାଁରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ମୁକୁନ୍ଦ ବାଗ। ତାଙ୍କ ଦେହର ବିଭିନ୍ନ ସ୍ଥାନରେ କଟାଦାଗ ରହିଛି।

ସୂଚନା ଅନୁଯାୟୀ, ମୁକୁନ୍ଦ ଦୁଇ ଜଣଙ୍କୁ ବାହା ହୋଇଥିଲେ। ଗତ ୨୨ ତାରିଖରେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଘରମଣି ବାଗ ନିଖୋଜ ହୋଇଯାଇ ଥିଲେ। ଏନେଇ ମୁକୁନ୍ଦ ଓ ତାଙ୍କ ପ୍ରଥମ ସ୍ତ୍ରୀ ଦେବକୀ କଣ୍ଟାବାଞ୍ଜି ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଆଜି ସକାଳେ ମୁକୁନ୍ଦଙ୍କ ମୃତଦେହ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଏହା ଆତ୍ମହତ୍ୟା ନା ହତ୍ୟା, ତାହା ସ୍ପଷ୍ଟ ହୋଇନାହିଁ। କଣ୍ଟାବାଞ୍ଜି ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ମୁକୁନ୍ଦଙ୍କ ଦ୍ୱିତୀୟ ସ୍ତ୍ରୀ ଘରମଣିଙ୍କ ସମ୍ପର୍କରେ ଏଯାବତ୍ କୌଣସି ସୂଚନା ମିଳିପାରି ନାହିଁ।



from Odisha Reporter https://ift.tt/2XF6RlQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages