ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପାଚେରି ଭୁଶୁଡ଼ି ଆଜି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ଛାତ୍ର ଜଣଙ୍କ ହେଲେ ଅତିସ ଖରସେଲ । ଆହତ ଛାତ୍ର ସୁଧାଂଶୁ ଷାଣ୍ଡଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଘର ମାଳପଡ଼ାରେ ବୋଲି ଜଣାପଡ଼ିଛି। ଅତିସ ପି.ପି ଏକାଡେମୀରେ ପଢ଼ୁଥିବା ବେଳେ ସୁଧାଂଶୁ ମାଳପଡା ପ୍ରାଥମିକ ବିଦ୍ୟାଳୟରେ ପଢ଼ନ୍ତି।
କାର୍ତ୍ତିକ ପଞ୍ଚକ ପାଇଁ ଆଜି ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟ ନିକଟରେ ନାମ ସଂକୀର୍ତ୍ତନ ଚାଲିଥିଲା। ଅତିସ ଓ ସୁଧାଂଶୁ ସ୍କୁଲ ପାଚେରି ଉପରେ ଚଢ଼ି ସଂକୀର୍ତ୍ତନ ଦେଖୁଥିଲେ। ଏହି ସମୟରେ ହଠାତ୍ ପାଚେରିଟି ଭୁଶୁଡି ପଡ଼ିଥିଲା। ଘଟଣାସ୍ଥଳରେ ଅତିସଙ୍କ ମୃତ୍ୟୁ ଘଟିଛି। ଟାଉନ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/34NGOvl
No comments:
Post a Comment