ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଏହାକୁ କେହି କାହାର ହାର ଜିତ୍ ବୋଲି ଭାବିବା ଉଚିତ ନୁହେଁ ବୋଲି କହିଛନ୍ତି। ତା ସହିତ ରାମଭକ୍ତି ହେଉ ଅବା ରହିମଭକ୍ତି, ଏବେ ଭାରତଭକ୍ତି ଦେଖାଇବାର ସମୟ ଆସିଛି ବୋଲି ସେ ଦେଶବାସୀଙ୍କୁ ନିବେଦନ କରି କହିଛନ୍ତି।
ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ସୁପ୍ରିମକୋର୍ଟଙ୍କ ଏହି ରାୟ ଅନେକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ। ନ୍ୟାୟର ମନ୍ଦିର ଦୀର୍ଘ ଦିନର ବିବାଦକୁ ସୌହାଦ୍ଦର୍ୟପୂର୍ଣ୍ଣ ଭାବରେ ସମାଧାନ କରିଛନ୍ତି। ପ୍ରତି ପକ୍ଷଙ୍କୁ ସେମାନଙ୍କ ଯୁକ୍ତି ରଖିବାକୁ ପର୍ଯ୍ୟାପ୍ତ ସମୟ ଓ ସୁଯୋଗ ଦିଆଯାଇଛି। ଏହି ରାୟ ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସକୁ ମଜବୁତ କରିବ। ୧୩୦ କୋଟି ଭାରତୀୟ ଶାନ୍ତି ଓ ସଂଯମ ରକ୍ଷା କରି ଭାଇଚାରାର ନିଦର୍ଶନ ଦେଖାନ୍ତୁ।
The calm and peace maintained by 130 crore Indians in the run-up to today’s verdict manifests India’s inherent commitment to peaceful coexistence.
May this very spirit of unity and togetherness power the development trajectory of our nation. May every Indian be empowered.
— Narendra Modi (@narendramodi) November 9, 2019
ସୂଚନାଯୋଗ୍ୟ, ଆଜି ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇ ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ଦେବାକୁ କହିଛନ୍ତି। ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁନ୍ନି ଓ୍ୱାକଫ ବୋର୍ଡକୁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେବା ସହିତ ଜମିର ମାଲିକାନା ସତ୍ତ୍ୱ ଟ୍ରଷ୍ଟକୁ ଦେବାକୁ କହିଛନ୍ତି। ଏହାସହିତ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ଟ୍ରଷ୍ଟ ତିଆରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଉ ୩ ମାସ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter https://ift.tt/36Nt1GG
No comments:
Post a Comment