ମହାରାଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ; ଫଡ୍‌ନାଭିସ୍‌ ମୁଖ୍ୟମନ୍ତ୍ରୀ, ଅଜିତ୍‌ ପାୱାର୍‌ ଉପମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 22, 2019

ମହାରାଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ; ଫଡ୍‌ନାଭିସ୍‌ ମୁଖ୍ୟମନ୍ତ୍ରୀ, ଅଜିତ୍‌ ପାୱାର୍‌ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଦୀର୍ଘ ଦିନ ଧରି ମହାରାଷ୍ଟ୍ର ରାଜନୀତିରେ ଚାଲୁଥିବା ମହାନାଟକରେ ଶେଷରେ ଯବନିକା ପଡ଼ିଛି। ରାତାରାତି ପଲଟିଗଲା ପଶାପାଲି।ନାନା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶନିବାର ସକାଳେ ବିଜେପି-ଏନ୍‌ସିପି ମେଣ୍ଟ ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ବିଜେପି ନେତା ଦେବେନ୍ଦ୍ର ଫଡ୍‌ନାଭିସ୍‌ ଦ୍ୱିତୀୟ ଥର ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥିସହ ଏ଼ନ୍‌ସିପିର ଅଜିତ୍‌ ପାୱାର୍‌ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ରାତାରାତି ମହାରାଷ୍ଟ୍ର ରାଜନୀତିରେ ଆସିଥିବା ଏହି ଟ୍ୱିଷ୍ଟ ଏବେ ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି ମହାରାଷ୍ଟ୍ରରେ ବାଲ୍ ଠାକ୍‌ରେଙ୍କ ଉତ୍ତରାଧିକାରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କଂଗ୍ରେସ, ଏନ୍‌ସିପି ଏବଂ ଶିବସେନା ମେଣ୍ଟ ସରକାର ଗଠନ ନିମନ୍ତେ ଉଦ୍ଧର ଠାକରେଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଦାବି ଜଣାଇଥାନ୍ତେ। ହେଲେ ଆଜି ସକାଳୁ ବିଜେପି ଓ ଏନସିପି ମେଣ୍ଟ ମହାରାଷ୍ଟ୍ରର ଶାସନ ଭାର ସମ୍ଭାଳିଛନ୍ତି।

ଦ୍ୱିତୀୟ ଥର ପାଇଁ ବିଜେପି ନେତା ଦେବେନ୍ଦ୍ର ଫଡ୍‌ନାଭିସ୍‌ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ସକାଳ ୮ଟାରେ ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶୟାରି ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି ଏନ୍‌ସିପିର ଅଜିତ୍‌ ପାୱାର୍‌ ଉପ-ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ରାଜ୍ୟପାଳ ଶପଥପାଠ କରାଇଥିଲେ।

ଶପଥ ନେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ଜନତା ସ୍ପଷ୍ଟ ବହୁମତ ଦେଇଥିଲେ, ସେମାନଙ୍କୁ ସମ୍ମାନ ଦେବା ଉଚିତ୍। ହେଲେ ଶିବସେନା ଜନାଦେଶକୁ ଅପମାନିତ କରିଛି। କେବଳ ଶିବସେନା ଯୋଗୁଁ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି। ମହାରାଷ୍ଟ୍ର ଭଳି ଆଗୁଆ ରାଜ୍ୟରେ ରାଷ୍ଟ୍ରପତି ଶାସନ ଶୋଭନୀୟ ଲାଗୁନି। ମହାରାଷ୍ଟ୍ରକୁ ଏକ ସ୍ଥିର ସରକାରର ଆବଶ୍ୟକତା ଥିଲା। ଏଥିନିମନ୍ତେ ସହଯୋଗ କରିଥିବାରୁ ଅଜିତ ପାୱାରଙ୍କ ବହୁତ ଧନ୍ୟବାଦ ।”

ଶପଥ ଗ୍ରହଣ ଉତ୍ସବ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।  ମହାରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ଲାଗି ସେମାନେ ସର୍ବଦା ଚେଷ୍ଠିତ ରହିବେ ବୋଲି ଆଶା କରିଛନ୍ତି ମୋଦି।



from Odisha Reporter https://ift.tt/349xpOC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages