କାର୍ତ୍ତିକେଶ୍ୱର ଭସାଣ ବେଳେ ଉତ୍ତେଜନା, ମରଣାନ୍ତକ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 22, 2019

କାର୍ତ୍ତିକେଶ୍ୱର ଭସାଣ ବେଳେ ଉତ୍ତେଜନା, ମରଣାନ୍ତକ ଆକ୍ରମଣ

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଖୁଣ୍ଟୁଣୀରେ ଗତକାଲି ବିଳମ୍ୱିତ ରାତିରେ କାର୍ତ୍ତିକେଶ୍ୱର ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ହୋଇଥିଲା। ୨ ସାହି ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତରଜଣକ ହେଉଛନ୍ତି ମହାଦେବ ସାହିର ଶୁଭେନ୍ଦୁ ସାହୁ।  ସେ ମହାଦେବ ସାହି ପୂଜା କମିଟିର ସଦସ୍ୟ ଅଛନ୍ତି। କୈବର୍ତ୍ତ ସାହିଠାରେ ତାଙ୍କୁ ଜଣେ ଯୁବକ ଫାର୍ସାରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। 

ଚଳିତବର୍ଷ  ଭସାଣି ଶୋଭାଯାତ୍ରାରେ ୧୬ଟି ମେଢ଼ ସାମିଲ ହୋଇଥିଲେ। ତେବେ ନିର୍ଦ୍ଧାରିତ ସମୟରେ ମେଢ଼ଗୁଡିକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରୁଥିବା ବେଳେ ଜେନେକା ସାହିଠାରେ ସେହି ସାହିର ବିକାଶ ଦଳେଇ ନାମକ ଯୁବକ ମହାଦେବ ସାହି ପୂଜା କମିଟିର କିଛି ସଦସ୍ୟଙ୍କୁ ଠେଲାପେଲା କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହେବାରୁ ପୁଲିସ୍ ପହଞ୍ଚି ଆପୋଷ ବୁଝାମଣା କରିଥିଲା।

ମାତ୍ର କିଛି ସମୟ ପରେ ବିକାଶ କୈବର୍ତ୍ତ ସାହି ଛକ ଠାରେ ହାତରେ ଫାର୍ସା ଧରି ପହଞ୍ଚିଥିଲେ। ସେଠାରେ ସେ ମହାଦେବ ସାହି ପୂଜା କମିଟି ସଦସ୍ୟ ଶୁଭେନ୍ଦୁ ସାହୁଙ୍କ  ମୁଣ୍ଡ, ମୁହଁ, ଓ ହାତକୁ ଚୋଟ ପରେ ଚୋଟ ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।  ଶୁଭେନ୍ଦୁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ଖୁଣ୍ଟୁଣୀର ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ପୁଲିସ୍‌ ଆକ୍ରମଣକାରୀ ଯୁବକଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛି।



from Odisha Reporter https://ift.tt/2QIKlqN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages