ମୁମ୍ବାଇ: ବ୍ଲକ୍ବଷ୍ଟର ଫିଲ୍ମ ‘କବୀର ସିଂହ’ ପରେ ଅଭିନେତା ଶାହିଦ୍ କପୁର ଏବେ ନିଜ ଅପ୍କମିଂ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତାଙ୍କର ଏହି ନୂଆ ଫିଲ୍ମଟି ହେଉଛି ତେଲଗୁ ଫିଲ୍ମ ‘ଜର୍ସି’ର ରିମେକ୍। ଏଥିରେ ସେ ଜଣେ କ୍ରିକେଟର୍ ଭୂମିକାରେ ଅଭିନୟ କରିବେ। ସେଥିପାଇଁ ସେ କ୍ରିକେଟ୍ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ଜଣାଶୁଣା ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ତରୁଣ ତାଙ୍କ ଟ୍ୱିଟର୍ ପେଜ୍ରେ ଶାହିଦ୍ଙ୍କ ଏକ ଫଟୋ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ ସେ ଏକ ବ୍ୟାଟ୍ ଧରିଛନ୍ତି। ଏହା ସହିତ ତରୁଣ ଲେଖିଛନ୍ତି, ତେଲୁଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ୍ରେ ଜଣେ କ୍ରିକେଟର ଚରିତ୍ରରେ ଅଭିନୟ କରିବା ପାଇଁ ଶାହିଦ କପୁର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଗୌତମ ଟିନ୍ନାନୁରି ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ସେ ଏହାର ତେଲୁଗୁ ଭର୍ସନର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ୨୦୨୦ ଅଗଷ୍ଟ ୨୮ ତାରିଖରେ ରିଲିଜ୍ ହେବ।
Shahid Kapoor begins prep for the role of a cricketer in the #Hindi remake of #Telugu film #Jersey… The #Hindi version will be directed by Gowtam Tinnanuri, who also helmed the original #Telugu version, starring Nani… 28 Aug 2020 release. pic.twitter.com/9TUcNTOWvf
— taran adarsh (@taran_adarsh) November 1, 2019
ଗତ ଏପ୍ରିଲ୍ ମାସରେ ‘ଜର୍ସି’ର ତେଲୁଗୁ ଭର୍ସନ ରିଲିଜ୍ ହୋଇଥିଲା। ଭାରତୀୟ କ୍ରିକେଟ୍ ଟିମ୍ରେ ସାମିଲ ହେବାକୁ ଚାହୁଁଥିବା ଅର୍ଜୁନ ନାମକ ଜଣେ ରଣଜୀ ଖେଳାଳିଙ୍କ ସଂଘର୍ଷର କାହାଣୀକୁ ଏଥିରେ ଦର୍ଶାଯାଇଛି। ଫିଲ୍ମଟିକୁ ଲୋକେ ବେଶ୍ ପସନ୍ଦ କରି ଥିଲେ। ଏହାର ହିନ୍ଦୀ ରିମେକ୍କୁ ବି ଲୋକେ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି।
ସୂଚନା ଅନୁଯାୟୀ, ଶାହିଦ ଏହି ଫିଲ୍ମ ପାଇଁ ୩୫ କୋଟି ଟଙ୍କା ନେବେ। ଏହା ବ୍ୟତୀତ ଫିଲ୍ମଟିରୁ ଯେଉଁ ଲାଭ ମିଳିବ ସେଥିରୁ ବି ୩୦ ପ୍ରତିଶତ ନେବେ। ‘କବୀର୍ ସିଂହ’ ପରେ ତାଙ୍କର ଡିମାଣ୍ଡ ବଢ଼ିଯାଇଛି। ତେଣୁ ସେ ନିଜ ପାରିଶ୍ରମିକ ମଧ୍ୟ ବଢ଼ାଇ ଦେଇଛନ୍ତି।
from Odisha Reporter https://ift.tt/2NDhGjF
No comments:
Post a Comment