ମୋହନା (ମିହିର ଯତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡରାବ ଗାଁ ନିକଟ ଶଗଡ଼ିଆମ୍ୱ ଘାଟିରେ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ୨୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ଡରାବ ଗାଁର ୩୦ ଜଣ ଶ୍ରମିକ ଜିରାଙ୍ଗ କ୍ୟାମ୍ପ ନଂ-୧ରେ ଥିବା ମକା ଫାର୍ମକୁ କାମ କରିବାକୁ ଯାଇଥିଲେ। କାମ ସାରି ସେମାନେ ଏହି ଟ୍ରାକ୍ଟର ଯୋଗେ ଗାଁକୁ ଫେରୁଥିଲେ। ହେଲେ ଶଗଡ଼ିଆମ୍ୱ ଘାଟିରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଥିଲା।
ଆହତ ଶ୍ରମିକମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ପୁଲିସ୍ ଟ୍ରାକ୍ଟରଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2oCpium
No comments:
Post a Comment