କାମାକ୍ଷାନଗର (ବିଦ୍ୟାଧର ବରାଳ ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି (ଆଇଜିଆଇଟି) କଲେଜ ପରିସର ରଣକ୍ଷେତ୍ରରେ ପରିଣତ ହୋଇଛି। ୨ ଗୋଷ୍ଠି ଛାତ୍ରଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିବାରୁ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି। ପୁଲିସ୍ ଗୋଟିଏ ଗୋଷ୍ଠିର ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟ ଗୋଷ୍ଠିର କାହାକୁ ଅଟକ ରଖି ନ ଥିବାରୁ ଛାତ୍ର ଅସନ୍ତୋଷ ଧିରେ ଧିରେ କୁହୁଳିବାରେ ଲାଗିଛି। ପରିସ୍ଥିତି ନିୟନ୍ତ୍ରଣ ଲାଗି କଲେଜ ପରିସରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଆଇଜିଆଇଟି କଲେଜର ବି-ଟେକ୍ ଶେଷ ବର୍ଷର ଛାତ୍ର ଓ ତୃତୀୟ ବର୍ଷର ଛାତ୍ରଙ୍କ ମଧ୍ୟରେ କୌଣସି କାରଣରୁ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିଲା। ପରେ ଏହା ମାରପିଟରେ ପରିଣତ ହୋଇ ଉଗ୍ର ରୂପ ଧାରଣ କରିଥିଲା। ଉଭୟ ପକ୍ଷ ମଧ୍ୟରେ ବୁଝାସୁଝା ଲାଗି ଚେଷ୍ଠା ଚାଲିଥିଲେ ମଧ୍ୟ ତାହା ବିଫଳ ହେବାରୁ ପରିସ୍ଥିତି ଏବେ ଅଣାୟତ୍ତ ହେବାକୁ ଲାଗିଛି।
ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୁଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ବି-ଟେକ୍ ୪ର୍ଥ ବର୍ଷର ୫ ଜଣ ଛାତ୍ରଙ୍କୁ ଅଟକ ରଖିଛି । ଗୋଟିଏ ଗୋଷ୍ଠି ଛାତ୍ରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଗୋଟିଏ ମାମଲା ରୁଜୁ କରିଥିବା ବେଳେ ଅନ୍ୟ ପକ୍ଷର ଅଭିଯୋଗ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ମାମଲା ସମାଧାନ ହେବା ପରିବର୍ତ୍ତେ ଛାତ୍ର ଅଶାନ୍ତି ବଢ଼ିବାରେ ଲାଗିଛି। କଲେଜ ପରିସରରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି । ବର୍ତ୍ତମାନ ସୁଦ୍ଧା କଲେଜରେ ଚାପା ଉତ୍ତେଜନା ଲାଗି ରହିଛି।
ଏ ସମ୍ପର୍କରେ ଆଇଜିଆଇଟି ଡାଇରେକ୍ଟର କହିଛନ୍ତି, କଲେଜର ୨ ଗୋଷ୍ଠି ଛାତ୍ରଙ୍କ ମଧ୍ୟରେ ପୂର୍ବରୁ କିଛି ଗଣ୍ଡଗୋଳ ଚାଲି ରହିଛି। ତୃତୀୟ ବର୍ଷର ଜଣେ ଛାତ୍ର ଏ ସଂକ୍ରାନ୍ତରେ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2CYc3YK
No comments:
Post a Comment