ଏନସିପି-କଂଗ୍ରେସ ସହ ହାତ ମିଳାଇ ଶିବସେନା ଅନୁତପ୍ତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 18, 2019

ଏନସିପି-କଂଗ୍ରେସ ସହ ହାତ ମିଳାଇ ଶିବସେନା ଅନୁତପ୍ତ!

ମୁମ୍ୱାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେପି ଓ ଶିବସେନା ମଧ୍ୟରେ ଦୂରତା ବଢ଼ି ଚାଲିଛି। ରାଜ୍ୟରେ ସହଯୋଗୀ ବିଜେପି ସହ ମିଶି ସରକାର ଗଢ଼ିବା ପରିବର୍ତ୍ତେ ବିରୋଧୀ (ଏନସିପି-କଂଗ୍ରେସ)କୁ ଏବେ ସହଯୋଗୀ ବୋଲି ବିଚାର କରିଛି ଶିବସେନା। ଏହି ଦୁଇ ଦଳ ସହ କାନ୍ଧରେ କାନ୍ଧ ମିଶାଇ ସରକାର ଗଢ଼ିବ ବୋଲି ଶିବସେନା ଆଶା ରଖିଛି। ହେଲେ ଶିବସେନା ସରକାର ଗଢ଼ିବା ନେଇ ଯେଉଁ ଆଶା ରଖିଛି, ତାହା ଏବେ ଦୂରେଇ ଦୂରେଇ ଚାଲିଛି। ଏବେ ଶିବସେନା ଏନସିପି-କଂଗ୍ରେସ ସହ ହାତ ମିଳାଇ ଅନୁତପ୍ତ ବୋଲି ପରୋକ୍ଷରେ କହିଛି। ଆଜି ଶିବସେନାର ଖବରକାଗଜ ‘ସାମ୍ନା’ର ସମ୍ପାଦକୀୟରେ ଏଭଳି କିଛି ପରୋକ୍ଷରେ ଇଙ୍ଗିତ କରିଛି। ଏଥିସହ ବିଜେପିକୁ ମଧ୍ୟ କଡ଼ା ସମାଲୋଚନା କରିଛି ଶିବସେନା।

ଶିବସେନା ଏନଡିଏରେ ନାହିଁ ବୋଲି ଦିଲ୍ଲୀ ବିଜେପି ନେତା କେଉଁ ଆଧାରରେ ଏବଂ କାହା ନିର୍ଦ୍ଦେଶରେ ଘୋଷଣା କରିଛନ୍ତି? କୌଣସି ସ୍ଥାନକୁ ତରବରିଆ ଭାବରେ ଗଲେ ଦୁର୍ଘଟଣା ସବୁବେଳେ ଆମନ୍ତ୍ରଣ କରିଥାଏ। ତେଣୁ ତରବରିଆ ଭାବରେ ଦିଲ୍ଲୀ ବିଜେପି ନେତା ଏଭଳି ଘୋଷଣା କରିବା ଠିକ୍ ନୁହେଁ ବୋଲି ବିଜେପି ନାଁ ନନେଇ ‘ସାମ୍ନା’ରେ ଶିବସେନା କହିଛି।

ସେହିପରି ରାଜ୍ୟରେ ବିଜେପି ସହ ମିଶି ଶିବସେନା ସରକାର ଗଢ଼ିଲାନି, ତେଣୁ ଏନଡିଏ ସରକାରରେ ସାମିଲ୍ ଥିବା ଶିବସେନାର ଏକମାତ୍ର ସାଂସଦ ମନ୍ତ୍ରିମଣ୍ଡଳରୁ ନିଜ ଆଡୁ ଇସ୍ତଫା ଦେଇଛନ୍ତି। ଏମିତିକି ସଂସଦ ଆରମ୍ଭ ହେବା ପୂର୍ବରୁ ଏନଡିଏ ବୈଠକକୁ ଯାଇନଥିଲା ଶିବସେନା। ଏହାପରେ ରାଜ୍ୟସଭାରେ ବିରୋଧୀ ଆସନରେ ବସିବ ବୋଲି ଶିବସେନା ଘୋଷଣା କରିଥିଲା। ଏବେ ଶିବସେନା ଓଲଟି ବିଜେପିକୁ ଦୋଷ ଦେଇ ଖବରକାଗଜ ‘ସାମ୍ନା’ ଜରିଆରେ କହିଛି, ‘ଏନଡିଏରୁ ଶିବସେନାକୁ ବାହାର କରିବାକୁ ତୁମେ (ବିଜେପି) କିଏ?’

ଏକଦା ବିଜେପି ସହ କେହି ରହିବାକୁ ଚାହୁଁନଥିଲେ, ସେତେବେଳେ ଶିବସେନା ହିଁ ବିଜେପିକୁ ସହଯୋଗ କରିଥିଲା। ଯେଉଁ ନେତା ଏନଡିଏରୁ ଶିବସେନା ଓହରିଲା ବୋଲି କହିଛନ୍ତି, ତାଙ୍କୁ ଶିବସେନାର କର୍ମ ଏବଂ ଏନଡିଏର କର୍ମ-ଧର୍ମ ବାବଦରେ କିଛି ଜଣାନାହିଁ ବୋଲି ଶିବସେନା କହିଛି। ଏବେ ଏନଡିଏର ମୁଖ୍ୟ କିଏ? ଶିବସେନାକୁ ଏନଡିଏରୁ ବାହାର କରିବା ପାଇଁ ସହଯୋଗୀ ଦଳ ସହ ବୈଠକ ହୋଇଛି କି ବୋଲି ଶିବସେନା ପ୍ରଶ୍ନ କରିଛି ବିଜେପିକୁ। ସେହିପରି ଆତଙ୍କବାଦୀଙ୍କୁ ସୁହାଇଲା ଭଳି ବାର୍ତ୍ତା ରଖୁଥିବା ଜମ୍ମୁ କଶ୍ମୀରର ପିଡିପି ସହ ମେଣ୍ଚ କରିବାକୁ ବିଜେପିକୁ କିଏ ଅନୁମତି ଦେଲା ବୋଲି ଶିବସେନା କହିଛି।

ସୂଚନାଯୋଗ୍ୟ, ଲୋକସଭାରେ ଶିବସେନାର ୧୮ ସାଂସଦ ଏବଂ ରାଜ୍ୟସଭାରେ ୩ ସାଂସଦ ରହିଛନ୍ତି। ଗତକାଲିଠୁ ସଂସଦରେ ଶିବସେନା ଶାସକ ଦଳ ପାଖରେ ବସିବା ପରିବର୍ତ୍ତେ ବିରୋଧୀ ଦଳ ଏନସିପି ପାଖରେ ବସୁଛି।



from Odisha Reporter https://ift.tt/2QCHVKx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages